33.1 C
Bhubaneswar
Sunday, September 22, 2024
Homeଓଡିଶାମଙ୍କି ପକ୍ସ ରୋଗ ନେଇ ଭୟଭୀତ ନହେବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

ମଙ୍କି ପକ୍ସ ରୋଗ ନେଇ ଭୟଭୀତ ନହେବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

ଭୁବନେଶ୍ୱର: ଭୂତାଣୁ ଜନିତ ମଙ୍କି ପକ୍ସ ରୋଗକୁ ନେଇ ଓଡିଶାର ଜନସାଧାରଣ କୌଣସି ଆଶଙ୍କା ଓ ଭୟଭୀତ ନହେବାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି। ଓଡିଶାରେ ମଙ୍କି ପକ୍ସ ରୋଗରେ ଅଦ୍ୟାବଧି କେହି ଜଣେ ବି ବ୍ୟକ୍ତି ସଂକ୍ରମିତ ହୋଇନାହାଁନ୍ତି। ଏହାସହ, ମଙ୍କି ପକ୍ସ ସଂକ୍ରମିତ ୧୪ଟି ଦେଶକୁ ଆମ ରାଜ୍ୟରୁ ସିଧାସଳଖ କୌଣସି ବିମାନ ଚଳାଚଳ ବ୍ୟବସ୍ଥା ନଥିବା ସତ୍ତ୍ୱେ, ଓଡିଶାର ଉଭୟ ବିମାନ ବନ୍ଦର, ବିଭିନ୍ନ ବନ୍ଦର କର୍ତ୍ତୃପକ୍ଷ ଓ ସଂପୃକ୍ତ ସମସ୍ତଙ୍କୁ ଭାରତ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ସଚେତନ ଓ ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଏ ସଂପର୍କରେ ଏକ ଆଲୋଚନା ବୈଠକ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକ ସେବା ଭବନ ସ୍ଥିତ କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ୍ ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିବା ବେଳେ ଆଭାସୀ ମାଧ୍ୟମରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ, ଭୁବନେଶ୍ୱର ଏବଂ ଝାରସୁଗୁଡା ବିମାନ ବନ୍ଦରର ନିର୍ଦ୍ଦେଶକ, ବିମାନ ଚଳାଚଳ ନିର୍ଦ୍ଦେଶକ, ପାରାଦୀପ, ଗୋପାଳପୁର, ଧାମରା ବନ୍ଦର କର୍ତ୍ତୃପକ୍ଷମାନେ ଉପସ୍ଥିତ ଥିଲେ।

ବୈଠକରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଭାରତରେ ୩ ଜଣଙ୍କ ମଧ୍ୟରୁ କେରଳରେ ୧ଟି ଏବଂ ଦିଲ୍ଲୀରେ ଗୋଟିଏ ମଙ୍କି ପକ୍ସ ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ରୋଗକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜନ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆନ୍ତର୍ଜାତୀୟସ୍ତରରେ ଏକ ଜରୁରୀକାଳୀନ/ଚିନ୍ତାଜନକ ରୋଗ ବୋଲି ଘୋଷଣା କରିଥିବା ହେତୁ ଭାରତ ସରକାର ସମସ୍ତ ରାଜ୍ୟକୁ ଏ ସଂପର୍କରେ ଏକ ମାର୍ଗଦର୍ଶିକା ଜାରି କରିଛନ୍ତି। ଓଡିଶାରେ ମଙ୍କି ପକ୍ସ ରୋଗରେ ଅଦ୍ୟାବଧି କେହି ଜଣେ ବି ବ୍ୟକ୍ତି ସଂକ୍ରମିତ ନ ହେବା ସତ୍ୱେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ପ୍ରସ୍ତୁତ ରହିବା ସହିତ ସମସ୍ତ ଜିଲ୍ଲା ପ୍ରଶାସନକୁ ମାର୍ଗଦର୍ଶିକା ପ୍ରେରଣ କରିଛନ୍ତି। ଏମସ ଭୁବନେଶ୍ୱରଠାରେ ଲାବ ଟେଷ୍ଟିଙ୍ଗ ବ୍ୟବସ୍ଥା ହୋଇଥିଲାବେଳେ ଭୁବନେଶ୍ୱର ଏବଂ ଝାରସୁଗୁଡା ବିମାନ ବନ୍ଦର ତାସହ ପାରାଦୀପ, ଗୋପାଳପୁର, ଧାମରା ବନ୍ଦରଠାରେ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking