30.1 C
Bhubaneswar
Friday, February 13, 2026
Homeଓଡିଶାସ୍ୱତନ୍ତ୍ର ଅଭିଯାନ ୪.୦ ପାଇଁ ଏମ୍‌ସିଏଲ୍ ପ୍ରସ୍ତୁତ

ସ୍ୱତନ୍ତ୍ର ଅଭିଯାନ ୪.୦ ପାଇଁ ଏମ୍‌ସିଏଲ୍ ପ୍ରସ୍ତୁତ

ସମ୍ବଲପୁର: ଓଡ଼ିଶାରେ ନିଜ କାର୍ଯ୍ୟକ୍ଷମ ଅଞ୍ଚଳ ଯେପରିକି ଅନୁଗୁଳ, ଝାରସୁଗୁଡା, ଏବଂ ସୁନ୍ଦରଗଡ ଆଦି ଜିଲ୍ଲାରେ ଏହାର ସ୍ୱଚ୍ଛତା ଏବଂ ନିରନ୍ତର ଅଭ୍ୟାସ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଥିବା ମହାନଦୀ କୋଲ୍ ଫିଲ୍ଡ୍‌ସ (ଏମ୍‌ସିଏଲ୍‌), ଏବେ ସ୍ୱଚ୍ଛତା ଉପରେ ଏକ ସ୍ୱତନ୍ତ୍ର ଅଭିଯାନ ୪.୦ ପାଇଁ ପ୍ରସ୍ତୁତ ହେଉଛି।

କାର୍ଯ୍ୟାଳୟର ଉନ୍ନତି, ସଫାସୁୁତୁରା ରଖିବା ଏବଂ ବଳିଷ୍ଠ ବର୍ଜ୍ୟ ନିଷ୍କାସନ ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ସହିତ ବିଭିନ୍ନ ଦିଗ ଉପରେ ଧ୍ୟାନ ଦେବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ରହିଛି। ଇକୋ-ଫ୍ରେଣ୍ଡ୍‌ଲି ପଦକ୍ଷେପ ଏବଂ ବର୍ଜ୍ୟବସ୍ତୁରୁ ସମ୍ପଦ ରୂପାନ୍ତର ଉପରେ ଗୁରୁତ୍ୱ ଦେଇ ଏହା ସ୍ପେସ୍ ବ୍ୟବହାରକୁ ଅପ୍ଟିମାଇଜ୍ କରିବା ଏବଂ ଡିଜିଟାଲାଇଜେସନ୍‌କୁ ପ୍ରୋତ୍ସାହିତ କରିବା ଦିଗରେ କାର୍ଯ୍ୟ କରୁଛି। ଅଭିଯାନର ଏକ ମୁଖ୍ୟ ଉପାଦାନ ହେଉଛି ଏହାର ନାଗରିକ-କେନ୍ଦ୍ରିକ ଆଭିମୁଖ୍ୟ, ସ୍ଥାନୀୟ ସମ୍ପ୍ରଦାୟକୁ ସ୍ୱଚ୍ଛତା ପ୍ରୟାସରେ ନିୟୋଜିତ କରିବା। ପରିବେଶ ସଂରକ୍ଷଣ ଏବଂ ସାମାଜିକ ଦାୟିତ୍ୱକୁ ପ୍ରାଥମିକତା ଦେଇ, ଏମ୍‌ସିଏଲ୍ ଏହି ଅଞ୍ଚଳ ପାଇଁ ଏକ ସ୍ୱଚ୍ଛ, ସବୁଜ ଭବିଷ୍ୟତ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking