22.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶମଣିପୁରରେ ଅନୁପ୍ରବେଶ କରିଛନ୍ତି ୯୦୦ କୁକି ଆତଙ୍କବାଦୀ

ମଣିପୁରରେ ଅନୁପ୍ରବେଶ କରିଛନ୍ତି ୯୦୦ କୁକି ଆତଙ୍କବାଦୀ

ଇମ୍ଫାଲ: ପଡୋଶୀ ମିଆଁମାରରୁ ଭାରତୀୟ ରାଜ୍ୟ ମଣିପୁରରେ ପ୍ରାୟ ୯୦୦ କୁକି ଉଗ୍ରବାଦୀ ଅନୁପ୍ରବେଶ କରିଛନ୍ତି। ମଣିପୁର ରାଜ୍ୟ ସରକାରଙ୍କ ସୁରକ୍ଷା ପରାମର୍ଶଦାତା ଏମିତି ଏକ ଚାଞ୍ଚଲ୍ୟକର ଖବର ସମ୍ପର୍କରେ ଖୁଲାସା କରିଛନ୍ତି। ସେ ଶନିବାର ପ୍ରଥମ ଥର ପାଇଁ ସାର୍ବଜନୀନ ଭାବେ ସ୍ୱୀକାର କରିଛନ୍ତି ଯେ, ପଡ଼ୋଶୀ ମିଆଁମାରରୁ ମଣିପୁରରେ ଜଙ୍ଗଲ ଯୁଦ୍ଧ ଓ ଡ୍ରୋନ ପରିଚାଳନାରେ ତାଲିମପ୍ରାପ୍ତ ୯୦୦ କୁକି ଆତଙ୍କବାଦୀ ଅନୁପ୍ରବେଶ କରିଛନ୍ତି। ତାଙ୍କୁ ଏସମ୍ପର୍କରେ ଗୁଇନ୍ଦା ସୂଚନା ମିଳିଥିବା ସେ ପ୍ରକାଶ କରିଛନ୍ତି। ଏଥିସହ ଏହି ଗୁଇନ୍ଦା ରିପୋର୍ଟକୁ ହାଲୁକା ଭାବେ ନିଆଯାଇ ପାରିବ ନାହିଁ ବୋଲି ମଣିପୁରର ସୁରକ୍ଷା ପରାମର୍ଶଦାତା କୁଲଦୀପ ସିଂହ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଦକ୍ଷିଣ ମଣିପୁରର ଭାରତ-ମିଆଁମାର ସୀମାରେ ଥିବା ଜିଲ୍ଲାଗୁଡ଼ିକର ସମସ୍ତ ବରିଷ୍ଠ ପୁଲିସ ଅଧୀକ୍ଷକଙ୍କୁ ଗୁଇନ୍ଦା ରିପୋର୍ଟ ପଠାଯାଇଛି। ଗୁରୁବାର ପଠାଯାଇଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ୯୦୦ କୁକି ଆତଙ୍କବାଦୀ ନିକଟରେ ଡ୍ରୋନ ଆଧାରିତ ବୋମା, ପ୍ରୋଜେକ୍ଟାଇଲ, କ୍ଷେପଣାସ୍ତ୍ର ଏବଂ ଜଙ୍ଗଲ ଯୁଦ୍ଧର ତାଲିମ ନେଇ ମିଆଁମାରରୁ ମଣିପୁରରେ ପ୍ରବେଶ କରିଛନ୍ତି। ସେମାନେ ଆସିବା ପରେ ମଣିପୁର ସ୍ଥିତି ଆହୁରି ଖରାପ ହେବାର ଆଶଙ୍କା ରହିଛି। ମଣିପୁରର ଭାରତ-ମିଆଁମାର ସୀମାରେ ଥିବା ଜିଲ୍ଲାଗୁଡ଼ିକର ସମସ୍ତ ବରିଷ୍ଠ ପୁଲିସ ଅଧୀକ୍ଷକଙ୍କୁ ଗୁଇନ୍ଦା ରିପୋର୍ଟ ପଠାଯାଇଛି।

ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ୯୦୦ କୁକି ଆତଙ୍କବାଦୀ ନିକଟରେ ଡ୍ରୋନ ଆଧାରିତ ବୋମା, ପ୍ରୋଜେକ୍ଟାଇଲ, କ୍ଷେପଣାସ୍ତ୍ର ଏବଂ ଜଙ୍ଗଲ ଯୁଦ୍ଧର ତାଲିମ ନେଇ ମିଆଁମାରରୁ ମଣିପୁରରେ ପ୍ରବେଶ କରିଛନ୍ତି। ସୁତରାଂ ସେମାନେ ଆସିବା ପରେ ମଣିପୁର ସ୍ଥିତି ଆହୁରି ଖରାପ ହେବାର ଆଶଙ୍କା ରହିଛି। ଏତଦ୍‌ବ୍ୟତୀତ କୁକି ଆତଙ୍କବାଦୀମାନେ ୩୦ ଜଣ ଲେଖାଏଁ ସଦସ୍ୟ ବିଶିଷ୍ଟ ୟୁନିଟରେ ବିଭକ୍ତ ହୋଇ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇଛନ୍ତି । ସେପ୍ଟେମ୍ବର ଶେଷ ସପ୍ତାହରେ ସେମାନେ ମେଇତେଇ ଗ୍ରାମଉପରେ ଅନେକ ସମନ୍ୱିତ ଆକ୍ରମଣ କରିପାରନ୍ତି ବୋଲି ଗୁଇନ୍ଦା ବିଭାଗ ଅନୁମାନ ଲଗାଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ କୁଲଦୀପ ସିଂହ କହିଛନ୍ତି ଯେ ରିପୋର୍ଟ ଶତ ପ୍ରତିଶତ ଠିକ୍ ବୋଲି ସେ ଭାବୁଛନ୍ତି। ଯେପର୍ଯ୍ୟନ୍ତ ଏହା ଭୁଲ୍ ପ୍ରମାଣିତ ନ ହୁଏ, ଆମେ ବିଶ୍ୱାସ କରୁ ଯେ ଏହା ଶତ ପ୍ରତିଶତ ସଠିକ୍‌, କାରଣ ଆପଣଙ୍କୁ ଯେକୌଣସି ଗୁଇନ୍ଦା ସୂଚନାକୁ ଶତ ପ୍ରତିଶତ ସଠିକ୍ ଭାବରେ ଗ୍ରହଣ କରିବାକୁ ପଡିବ ଏବଂ ସେଥିପାଇଁ ପ୍ରସ୍ତୁତ ରୁହନ୍ତୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking