19.1 C
Bhubaneswar
Thursday, February 12, 2026
Homeଖେଳପ୍ରଥମ ଯୁବ ଦିନିକିଆ; ଅଷ୍ଟ୍ରେଲିଆକୁ ୭ ୱିକେଟ୍‌ରେ ହରାଇଲା ଭାରତ

ପ୍ରଥମ ଯୁବ ଦିନିକିଆ; ଅଷ୍ଟ୍ରେଲିଆକୁ ୭ ୱିକେଟ୍‌ରେ ହରାଇଲା ଭାରତ

ନୂଆଦିଲ୍ଲୀ: ପୁଡୁଚେରୀରେ ଶନିବାର ଖେଳାଯାଇଥିବା ପ୍ରଥମ ଯୁବ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ୧୯ ବର୍ଷରୁ କମ୍ ଟିମ୍ ୭ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ ହରାଇ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ୧-୦ରେ ଅଗ୍ରଣୀ ଲାଭ କରିଛି। ଅଷ୍ଟ୍ରେଲିଆ ୧୯ ବର୍ଷରୁ କମ୍ ଟିମ୍ ମାତ୍ର ୧୮୪ ରନ୍‌ରେ ଅଲ୍‌ଆଉଟ୍ ହୋଇଥିଲା। ଲକ୍ଷ୍ୟର ପିଛା କରୁଥିବା ଭାରତ ୩୬ ଓଭର୍‌ରେ ୩ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଛି। ଟିମ୍ ଇଣ୍ଡିଆ ପକ୍ଷରୁ କେପି କାର୍ତ୍ତିକେୟ ଏବଂ କ୍ୟାପ୍‌ଟେନ୍ ମହମ୍ମଦ ଅମାନ ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିଲେ।

୧୮୫ ରନ୍‌ର ଲକ୍ଷ୍ୟ ପିଛା କରୁଥିବା ଭାରତ ୧୦ ରନ୍‌ର ସ୍କୋର୍‌ରେ ସାହିଲ୍ ପ୍ରକାଶଙ୍କ ୱିକେଟ୍ ହରାଇଥିଲା। ଏହାପରେ ୧୭ ସ୍କୋର୍‌ରେ ରୁଦ୍ର ପଟେଲ୍ ଏବଂ ୩୨ ରନ୍‌ର ସ୍କୋର୍‌ରେ ଅଭିଜ୍ଞାତ କୁଣ୍ଡୁଙ୍କ ୱିକେଟ୍ ହରାଇ ବିପଦରେ ପଡ଼ିଥିଲା। ଏହାପରେ କାର୍ତ୍ତିକେୟଙ୍କ ସହ କ୍ୟାପ୍‌ଟେନ୍ ଅମାନ୍ ଇନିଂସ୍ ସମ୍ଭାଳି ୧୫୩ ରନ୍‌ର ଭାଗୀଦାରି କରିବା ସହିତ ଟିମ୍‌କୁ ବିଜୟ ଦେଇଥିଲେ। କୁମାର କାର୍ତ୍ତିକୟେ ୯୯ ବଲ୍‌ରେ ୯ ଚୌକା ଓ ୨ ଛକା ସହାୟତାରେ ଅପରାଜିତ ୮୫ ରନ୍ କରିଥିଲେ।

ସେହିପରି କ୍ୟାପ୍‌ଟେନ୍ ଅମାନ୍ ୮୯ ବଲ୍‌ରେ ୫ ଚୌକା ବଳରେ ୫୮ ରନ୍ କରି ଅପରାଜିତ ରହିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଓଲି ପେଟର୍ସନ୍ ୨ ଓ ଆଇଡନ୍ ଓ କୋନୋର୍ ଗୋଟିଏ ୱିକେଟ୍ ନେଇଥିଲେ। ଅଷ୍ଟ୍ରେଲିଆ ଟିମ୍ ପକ୍ଷରୁ ଷ୍ଟିଭେନ୍ ହଗନ୍ ସର୍ବାଧିକ ୪୨ ରନ୍ କରିଥିଲେ। ଭାରତ ପକ୍ଷରୁ କ୍ୟାପ୍‌ଟେନ୍ ଅମାନ୍ ୪, କାର୍ତ୍ତିକେୟ ୨ ୱିକେଟ୍ ହାସଲ କରିଥିଲେ। ଏହା ବ୍ୟତୀତ ସମର୍ଥ ନାଗରାଜ, ଚେତନ ଶର୍ମା, ହାର୍ଦ୍ଦିକ ରାଜ, କିରଣ ଚୋରମଲେ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking