32.1 C
Bhubaneswar
Saturday, February 14, 2026
Homeଓଡିଶାଭରତପୁର ଥାନା ମାମଲା ; ସିନ୍ ରିକ୍ରିଏସନ୍ କଲା ଚନ୍ଦକା ପୁଲିସ

ଭରତପୁର ଥାନା ମାମଲା ; ସିନ୍ ରିକ୍ରିଏସନ୍ କଲା ଚନ୍ଦକା ପୁଲିସ

ଭୁବନେଶ୍ବର : ଭରତପୁର ଥାନାରେ ଆର୍ମି ମେଜର ଗୁରୁବଂଶ ସିଂ ଓ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ହୋଇଥିବା ନିର୍ଯାତନା ଘଟଣାରେ ୭ ଯୁବକଙ୍କୁ ନେଇ ସୁନ୍ଦରପୁରରେ ସିନ୍ ରିକ୍ରିଏସନ୍ କରିଛି ଚନ୍ଦକା ପୁଲିସ। ଏହି ଅଘଟଣ ବେଳେ ଥିବା ଆଉ ଫେରାର୍ ଥିବା ୩/୪ ଯୁବକଙ୍କୁ ପୁଲିସ ଖୋଜିବା ଜାରି ରଖିଛି। ଗତକାଲି ଭାଇରାଲ ଭିଡିଓ ଆଧାରରେ ୭ ଜଣଙ୍କୁ ଅଟକ ରଖି ପୁଲିସ ତଦନ୍ତ ଚଳାଇଛି। ୧୪ ତାରିଖ ରାତିରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପଥରଗାଡ଼ିଆ ରୋଡ୍ରେ ଆକ୍ରମଣ କରିଥିବା ଦୁର୍ବୃତ୍ତମାନଙ୍କୁ ଠାବ କରି ପୁଲିସ ଛାନ୍ଭିନ୍ ଆରମ୍ଭ କରିଛି। ସେଦିନ ବିଳମ୍ବିତ ରାତିରେ ମେଜର୍ ଓ ବାନ୍ଧବୀଙ୍କୁ ୩ଟି କାର୍ରେ ଥିବା ୧୧ରୁ ଅଧିକ ଯୁବକ ପିଛା କରିଥିଲେ। ସେମାନେ ତାଙ୍କୁ ନିଛାଟିଆ ସ୍ଥାନରେ ଅଟକାଇ ଆକ୍ରମଣ କରିଥିଲେ। ପଥରଗାଡ଼ିଆ ରାସ୍ତା ଚନ୍ଦକା ଥାନା ଅନ୍ତର୍ଗତ ହୋଇଥିବାରୁ ସେଠାରେ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବାକୁ ପୁଲିସ ଡିଏଲ୍ଏଫ୍ ବିଲ୍ଡିଂ ରୋଡ୍ ଓ ଆଖପାଖ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା। ଫୁଟେଜ୍ରୁ କାର୍ ଓ ଯୁବକମାନଙ୍କୁ ଠାବ କରିବାକୁ ଚନ୍ଦକା ଥାନା ପୁଲିସ ଜୋର୍ଦାର୍ ଉଦ୍ୟମ କରି ୭ଜଣଙ୍କୁ ଧରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking