19.1 C
Bhubaneswar
Friday, February 13, 2026
Homeଓଡିଶାସର୍ବୋଚ୍ଚ ଜଳସ୍ତର ଛୁଇଁଲା ହୀରାକୁଦ

ସର୍ବୋଚ୍ଚ ଜଳସ୍ତର ଛୁଇଁଲା ହୀରାକୁଦ

ସମ୍ବଲପୁର : ହୀରାକୁଦ ଡ୍ୟାମ  ଛୁଇଁଲା ସର୍ବୋଚ୍ଚ ଜଳସ୍ତର। ଆଜି ସକାଳ ୯ଟା ସୁଦ୍ଧା ହୀରାକୁଦ ଡ୍ୟାମର ଜଳସ୍ତର ୬୩୦ ଫୁଟରେ ପହଞ୍ଚିଛି। ଡ୍ୟାମ୍‌ର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଛି, ଆଉ ଏବେ ପାଣିର ସ୍ତର ବି ୬୩୦ ଫୁଟ୍ ରହିଛି । ଅର୍ଥାତ ଏବେ ପୂରାପୂରି ଭର୍ତ୍ତି ହୋଇଛି ଡ୍ୟାମ୍। ଏବେ ଡ୍ୟାମ୍ ମଧ୍ୟକୁ ସେକେଣ୍ଡକୁ ୫୬ ହଜାର ୩୯୨ ଘନଫୁଟ୍ ଜଳ ପ୍ରବେଶ କରୁଛି ଓ ୩୭ ହଜାର ୩୩୪ ଘନଫୁଟ ଜଳ କେନାଲ, ଶିଳ୍ପ ଏବଂ ପାୱାର୍ ଦେଇ ନିଷ୍କାସିତ ହେଉଛି।ଉପର ମୁଣ୍ଡରେ ଜଳ ପ୍ରବେଶ ପରିମାଣ କମୁଥିବାରୁ ଓ ବର୍ଷାର ସମ୍ଭାବନା ନ ଥିବାରୁ ଚିନ୍ତାଜନକ ସ୍ଥିତି ଏବେ ଯାଏଁ ଉପୁଜିନି। ଯଦି ଜଳ ପ୍ରବେଶ ପରିମାଣ ବଢ଼େ ତାହେଲେ ପୁଣି ଗେଟ୍ ଖୋଲାଯାଇପାରେ ବୋଲି ମୁଖ୍ୟ ଯନ୍ତ୍ରୀ କହିଛନ୍ତି। ଡ୍ୟାମ କର୍ତ୍ତୃପକ୍ଷ କହିଛନ୍ତି, ଡ୍ୟାମର ଉପରମୁଣ୍ଡ ଛତିଶଗଡ଼ରେ ବର୍ଷା ପରିମାଣ କମିଛି। ତେଣୁ ସବୁ ଗେଟ୍‌ ବନ୍ଦ କରାଯାଇଛି। ଉପରମୁଣ୍ଡରେ ବର୍ଷା ହେଲେ ପୁଣି ଗେଟ୍‌ ଖୋଲା ଯାଇପାରେ। ତେବେ ଅଧିକ ବର୍ଷା ହେବନି ବୋଲି ଆଶା କରୁଛୁ ବୋଲି ସେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking