34.1 C
Bhubaneswar
Friday, September 20, 2024
Homeଖେଳଚାଇନା ଓପନ୍ କ୍ୱାର୍ଟର୍‌ରେ ମାଳବିକା ବନ୍‌ସୋଡ୍‌

ଚାଇନା ଓପନ୍ କ୍ୱାର୍ଟର୍‌ରେ ମାଳବିକା ବନ୍‌ସୋଡ୍‌

ଚାଙ୍ଗଝୋଉ:  ଭାରତୀୟ ଶଟ୍‌ଲର୍ ମାଳବିକା ବନ୍‌ସୋଡ୍ ଏଠାରେ ଚାଲିଥିବା ଚାଇନା ଓପନ୍‌ରେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ୨୨ ବର୍ଷୀୟା ବନ୍‌ସୋଡ୍ ଗୁରୁବାର ତାଙ୍କଠାରୁ ଉଚ୍ଚ ର‌୍ୟାଙ୍କ୍‌ର କ୍ରିଷ୍ଟି ଗିଲ୍‌ମୌର୍‌ଙ୍କୁ ହରାଇ ପ୍ରଥମ ଥର ପାଇଁ ସୁପର୍ ୧୦୦୦ ବ୍ୟାଡ୍‌ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍‌ର ମହିଳା ସିଙ୍ଗଲ୍ସ କ୍ୱାର୍ଟର୍ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ।  ବିଶ୍ୱ ନଂ.୪୩ ମାଳବିକା ଦୁଇଥରର ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ବିଜେତା ବିଶ୍ୱ ନଂ.୨୫ ସ୍କଟ୍‌ଲାଣ୍ଡର ଗିଲ୍‌ମୌର୍‌ଙ୍କୁ ଏକ ଘଣ୍ଟା ୫ ମିନିଟ୍‌ର ମ୍ୟାଚ୍‌ରେ ୨୧-୧୭, ୧୯-୨୧, ୨୧-୧୬ରେ ମାତ୍ ଦେଇଛନ୍ତି । ଦିନକ ପୂର୍ବରୁ ଭରତୀୟ ଶଟ୍‌ଲର୍ ପ୍ୟାରିସ୍ ଅଲିମ୍ପିକ୍ସ ବ୍ରୋଞ୍ଜ୍ ପଦକ ବିଜୟିନୀ ଇଣ୍ଡୋନେସିଆର ଗ୍ରେଗୋରିଆ ମାରିସ୍କା ଟୁନ୍‌ଜଙ୍ଗ୍‌ଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିଲେ । ତେବେ ଟୁର୍ଣ୍ଣାମେଣ୍ଟ୍‌ରେ ଏକମାତ୍ର ଖେଳାଳି ଭାବେ ଭାରତୀୟ ଅଭିଯାନକୁ ଆଗେଇ ନେଉଥିବା ମାଳବିକାଙ୍କ ପାଇଁ ଆଗକୁ ବଡ଼ ଚ୍ୟାଲେଞ୍ଜ୍ ରହିଛି । କ୍ୱାର୍ଟର୍ ଫାଇନାଲ୍‌ରେ ସେ ଦୁଇଥରର ବିଶ୍ୱ ଚାମ୍ପିଅନ୍ ଚତୁର୍ଥ ସିଡ୍ ଜାପାନର ଅକାନେ ୟାମାଗୁଚିଙ୍କୁ ଭେଟିବେ । ଏହା ପୂର୍ବରୁ ଦୁହିଁଙ୍କ ମଧ୍ୟରେ ଖେଳାଯାଇଥିବା ଦୁଇଟି ମ୍ୟାଚ୍‌ରେ ୟାମାଗୁଚି ବିଜୟୀ ହୋଇଛନ୍ତି । ମ୍ୟାଚ୍ ପରେ ମାଳବିକା କହିଛନ୍ତି, ପ୍ରଥମ ଥର ପାଇଁ ସୁପର୍ ୧୦୦୦ ଟୁର୍ଣ୍ଣାମେଣ୍ଟ୍‌ର କ୍ୱାର୍ଟର୍ ଫାଇନାଲ୍ ଖେଳିବାକୁ ଯାଉଥିବାରୁ ମୁଁ ବହୁତ ଖୁସି । ମୋ ସ୍ୱପ୍ନ ସତ୍ୟରେ ପରିଣତ ହୋଇଥିବା ବେଳେ ଏହା ମୋ ପାଇଁ ଏକ ବଡ଼ ଉପଲବ୍ଧି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking