28.1 C
Bhubaneswar
Friday, September 20, 2024
Homeଦେଶ ବିଦେଶଚାକିରି ଦେବା ପ୍ରତିଶ୍ରୁତିରେ ଯୁବତୀଙ୍କୁ ଦୁଷ୍କର୍ମ, ଶେଷରେ କ’ଣ ହେଲା ଜାଣନ୍ତୁ..

ଚାକିରି ଦେବା ପ୍ରତିଶ୍ରୁତିରେ ଯୁବତୀଙ୍କୁ ଦୁଷ୍କର୍ମ, ଶେଷରେ କ’ଣ ହେଲା ଜାଣନ୍ତୁ..

ନୂଆଦିଲ୍ଲୀ: ଚାକିରି ଦେବାରେ ଯୁବତୀଙ୍କ ସହ ଦୁଷ୍କର୍ମ ଏବଂ ମାରପିଟ ମାମଲା ସାମ୍ନାକୁ ଆସିଛି । ପୀଡିତାଙ୍କ ଅଭିଯୋଗ ଅନୁଯାୟୀ, ଭିନ୍ନ-ଭିନ୍ନ ସହରକୁ ନେଇ ଦୁଷ୍କର୍ମ କରାଯାଇଛି । ପୀଡିତା ଏହି ମାମଲାରେ ପୋଲିସ ପାଖେ ଅଭିଯୋଗ କରିଛି । ପୋଲିସ ଏହି ମାମଲାକୁ ପଞ୍ଜିକୃତ କରିବା ସହ ତଦନ୍ତ ଚଳାଇଛି । ପୀଡିତାଙ୍କ ଅନୁଯାୟୀ, ଅଭିଯୁକ୍ତ ତାଙ୍କୁ ମୁମ୍ବାଇରେ କାମ ଦେବା ଲାଗି ପ୍ରତିଶ୍ରୁତି ଦେଇଥିଲା ଏବଂ ତାକୁ ଡକାଇ ହୋଟେଲରେ ଦୁଷ୍କର୍ମ କରିଥିଲା । କୁହାଯାଉଛି ଯେ, ପୀଡିତା ଜଣକ ୟୁପିର ଉନ୍ନାବ ଜିଲ୍ଲାର ବାସିନ୍ଦା । ଜିମ ମାଲିକଙ୍କ ବିରୋଧରେ ରେପ ଏବଂ ମାରପିଟର ମାମଲା ରୁଜୁ କରାଯାଇଛି । ପୋଲିସ ଅଧିକାରୀମାନେ ଶନିବାର ଦିନ ଏହାର ସୂଚନା ଦେଇଛନ୍ତି । ପୋଲିସଙ୍କ କହିବାନୁଯାୟୀ, ତୁପିର ଉନ୍ନାବ ଜିଲ୍ଲାରେ ରହୁଥୁବା ୨୪ ବର୍ଷୀୟ ପୀଡିତା ଜିମ ମାଲିକଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି ।

ପୀଡିତାଙ୍କ ଅଭିଯୋଗ ଅନୁସାରେ, ଅଭିଯୁକ୍ତ ତାଙ୍କୁ କହିଥିଲା ଯେ; ସେ ମୁମ୍ବାଇରେ ଏକ ଜିମ ଖୋଲିବାକୁ ଯାଉଛନ୍ତି । ସେହି ଜିମରେ ଏକ ଭଲ ପଦରେ ଯୁବତୀଙ୍କୁ ଚାକିରି ଦେବେ ବୋଲି କହିଥିଲେ । ଏହାପରେ ଅଭିଯୁକ୍ତ ପୀଡିତାଙ୍କୁ ମିଟିଙ୍ଗ ପାଇଁ ମୁମ୍ବାଇ ଡକାଇଥିଲେ । ଅଭିଯୋଗ ରହିଛି ଯେ, ଜିମ ମାଲିକ ଏଠାରେ ଜୁହୁର ଏକ ହୋଟେଲରେ ତାଙ୍କ ସହ ଦୁଷ୍କର୍ମ କରିଥିଲା । ପୋଲିସ ବର୍ତ୍ତମାନ ଏହି ମାମଲାରେ ଅଭିଯୁକ୍ତଙ୍କ ଉପରେ ବିଭିନ୍ନ ଧାରା ଲଗାଇ ମାମଲା ରୁଜୁ କରିଛନ୍ତି । ଅଭିଯୁକ୍ତଙ୍କୁ ଖୋଜାଯାଉଛି । ପୋଲିସଙ୍କ କହିବାନୁଯାୟୀ, ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯାଇଛି । ପୀଡିତାଙ୍କ ଅଭିଯୋଗ ରହିଛି ଯେ, ଜିମ ମାମଲିକ ତାଙ୍କ ସହ ମୁମ୍ବାଇ, ଗୋଆ ଏବଂ ଲକ୍ଷ୍ନୌରେ ଦୁଷ୍କର୍ମ କରିଛନ୍ତି । ପୀଡିତା ପ୍ରଥମଥର ପାଇଁ ସେହି ବ୍ୟକ୍ତିଙ୍କୁ ୨୦୧୯ରେ ଭେଟିଥିଲେ । ସେହି ସମୟରେ ଅଭିଯୁକ୍ତ ଜିମ ଖୋଲିବା ବିଷୟରେ ତାଙ୍କୁ କହିଥିଲେ । ଜୁହୁ ପୋଲିସ ମାମଲାର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking