28.1 C
Bhubaneswar
Friday, September 20, 2024
Homeଅପରାଧପ୍ରେମିକାର ଦାଦାକୁ ଗୋଡାଇ ଗୋଡ଼ାଇ ହାଣିଲା ନାବାଳକ ପ୍ରେମିକ

ପ୍ରେମିକାର ଦାଦାକୁ ଗୋଡାଇ ଗୋଡ଼ାଇ ହାଣିଲା ନାବାଳକ ପ୍ରେମିକ

ଭୁବନେଶ୍ୱର: ନାରକୀୟ କାଣ୍ଡ ଘଟାଇଲା ନାବାଳକ । ପ୍ରେମରେ କଣ୍ଟା ସାଜିଥିଲେ ଯୁବତୀଙ୍କ ଦାଦା । ଝିଆରୀଠୁ ଦୂରେଇ ରହିବାକୁ ନାବାଳିକ ପ୍ରେମିକ ଚେତାବନୀ ଦେଇଥିଲା ଦାଦା । ମାତ୍ର ପ୍ରେମରେ ଅନ୍ଧଥିବା ନାବାଳକ ସାଜିଲା ରକ୍ତମୁଖା । ଆଉ ରାସ୍ତାରେ କଣ୍ଟା ସାଜିଥିବା ଦାଦାଙ୍କୁ ହଟାଇବାକୁ ପାଲଟିଲା ଜହ୍ଲାଦ । ରାତି ଅଧରେ ବାଇକ୍‌ରେ ଫେରୁଥିବା ଯୁବତୀଙ୍କ ଦାଦାଙ୍କୁ ଖଣ୍ଡାରେ ଚୋଟ ପକାଇ ହତ୍ୟା କରିଛି ନାବାଳକ ପ୍ରେମିକ । ପ୍ରେମ ପାଇଁ ଯେ, ଜଣେ କେତେ ତଳକୁ ଖସିଯାଇପାରେ ତାରା ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଖୋଦ ରାଜଧାନୀରେ । ସୂଚନା ଅନୁସାରେ, ଭୁବନେଶ୍ୱର ଖଣ୍ଡିଗିରି ଥାନା ଜଗନ୍ନାଥନଗର ଶୁକବିହାରର ଜଗନ୍ନାଥ ମଲ୍ଲିକଙ୍କ ଝିଆରୀକୁ ତାଙ୍କ ସାହିର ଜଣେ ଯୁକ୍ତ ୨ ଛାତ୍ର ଏକତରଫା ପ୍ରେମ କରୁଥିଲା । ସେପଟେ ଏକତରଫା ପ୍ରେମକୁ ବିରୋଧ କରୁଥିଲେ ଦାଦା ଜଗା । ଏପରିକି ପୂର୍ବରୁ ନାବାଳକ ପରିବାର ସହ ଏହାକୁ ନେଇ ଯୁକ୍ତିତର୍କ ମଧ୍ୟ ହୋଇଥିଲା । ମାତ୍ର ପ୍ରେମ ଅନ୍ଧ ନାବାଳକ ଜଣକ ରକ୍ତମୁଖା ପାଲଟି ଯାଇଥିଲା । ଆଉ ଜଗାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା । ଗତକାଲି ରାତିରେ ଜଗା ବାଇକ୍‌ରେ ଘରକୁ ଫେରୁଥିଲେ ।

ଏପଟେ ଅନ୍ଧାରୁଆ ଜାଗାରେ ହାତରେ ଏକ ଖଣ୍ଡା ଧରି ଲୁଚି ରହିଥିଲା ନାବାଳକ । ଜଗା ଆସୁଥିବା ଦେଖି ତାଙ୍କୁ ଗୋଡେଇ ଗୋଡେଇ ଖଣ୍ଡାରେ ତାଙ୍କ ବେକକୁ ଚୋଟ ପକାଇଥିଲା । ଫଳରେ ଘଟଣାସ୍ଥଳରେ ଜଗାଙ୍କ ମୃତ୍ୟୁ ହୋଇଥିଲା । ତେବେ ଜଗାଙ୍କୁ ହତ୍ୟା କରିବା ପରେ ନାବାଳକ ଜଣକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ଜଗାଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଖଣ୍ଡଗିରି ପୋଲିସକୁ ଖବର ଦେଇଥିଲେ । ଖଣ୍ଡଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ପରେ ପୋଲିସ୍ ଅଭିଯୁକ୍ତ ନାବାଳକଙ୍କୁ କାବୁ କରି ଥାନାରେ ଅଟକ ରଖିଛି । ଏନେଇ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇଛି । ଅଧିକ ତଦନ୍ତ ପାଇଁ ଡ଼ିସିପିଙ୍କ ସମେତ ଖଣ୍ଡଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ଯାଞ୍ଚ କରୁଛନ୍ତି । ଅଭିଯୁକ୍ତ କେମିତି ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟାଇଲା ସେନେଇ ଘଟଣାସ୍ଥଳରେ ପହଞ୍ଚି ପୋଲିସ ଅଧିକ ଖୋଳତାଡ କରୁଛି । ଉଭୟ ପରିବାର ସହ ସ୍ଥାନୀୟ ଲୋକଙ୍କୁ ପଚାର ଉଚରା କରୁଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking