28.1 C
Bhubaneswar
Friday, September 20, 2024
Homeଓଡିଶାକିଡ୍‌ନି ରୋଗରେ ପୁଣି ଜଣେ ଖଣି ଶ୍ରମିକ ମୃତ୍ୟୁ ; ୯ ମାସରେ ଗଲାଣି ୧୮...

କିଡ୍‌ନି ରୋଗରେ ପୁଣି ଜଣେ ଖଣି ଶ୍ରମିକ ମୃତ୍ୟୁ ; ୯ ମାସରେ ଗଲାଣି ୧୮ ଜୀବନ, ସଚେତନତା ଦାବିକଲେ ୨ ସରପଞ୍ଚ

ଯାଜପୁର : ଯାଜପୁର ଜିଲ୍ଲା ର ସୁକିନ୍ଦା ଖଣି ଉପତ୍ୟକା ରେ ଜଳ ବାୟୁ ପଦ୍ୟୁସିତ ଯୋଗୁ କିଡନୀ ରୋଗ ମହା ମାରି ରୂପ ଧାରଣ କରୁଚି l ମାରାତ୍ମକ ହେକ୍ସାଭାଲେଣ୍ଟ୍‌ କ୍ରୋମିଅମ୍‌ ମିଶ୍ରିତ ବିଷାକ୍ତ ପାଣିରେ ଭରିରହିଛି ସୁକିନ୍ଦା କ୍ରୋମ୍‌ ଉପତ୍ୟକାର ମାଳମାଳ କ୍ରୋମାଇଟ୍‌ ଖଣି। ୭୫ ବର୍ଷ ଧରି ନିରନ୍ତର ଭାବେ କ୍ରୋମ୍‌ ଉତ୍ତୋଳିତ ହୋଇଆସୁଥିବା ଏହି ଉପତ୍ୟକାରେଖଣି ର ଅଦରକାରୀ କ୍ରୋମେl ମିଶା ମାଟି ଗୁଡିକ କୃତିମ ପାହାଡ ସୃଷ୍ଟି ହୋଇଛି l ଖଣି ଖନନ ବେଲେ କ୍ରୋମାଇଟ ପଥର ଗୁଡିକ ଉତ୍ପାଦନ କରି ଅଦରକାରୀ କ୍ରୋମ ମାଟି ମିଶା କ୍ରୋମୋ ଗୁଡିକ କରି ବିଭନ୍ନ ଖଣି ଅଞ୍ଚଳ ରେ ଗଚ୍ଛିତ କରି ରଖିବା ଦ୍ୱlର ସେଗୁଡ଼ିକ ପାହାଡ ପରି ସୃଷ୍ଟି ହୋଇଛି l
ବର୍ଷା ଦିନେ ସେ ଗୁଡିକ ବର୍ଷା ପାଣି ରେ ବୋହି ଯାଇ ସମ୍ପୃକ୍ତ ଅଞ୍ଚଳ ରେ ଥିବା ଝରଣା ଜଳ ଶlୟ ଓ ଡମଶାଳl ନାଳ ରେ ମିଶି ଜଳ କୁ ବିଷାକ୍ତ କରୁଚି ନଳ କୂପ ଗୁଡିକ ରେ କ୍ରୋମ ମିଶା ପାଣି ବାହାରିଛି ସେ ପାଣି ରେ ମାରାତ୍ମକ ହେକ୍ସାଭାଲେଣ୍ଟ୍‌ କ୍ରୋମିଅମ୍‌ମିଶ୍ରିତ ଜଳ ବାହାରୁ ଥିବରୁ ସେ ପାଣି ସେଠାକାର ଲୋକ ମାନେ ପାନୀୟ ଜଳ ରୂପେ ବ୍ୟବହାର କରୁ ଥିବା ରୁ କିଡନୀ ଭଳି ମାରାତ୍ମକ ରୋଗ ରେ ଆକ୍ରାନ୍ତ ହୋଉ ଛନ୍ତି l ଖଣି କର୍ତ୍ତୁପକ୍ଷ ଓ ରାଜ୍ୟ ସରକାରଙ୍କ ପକ୍ଷ ରୁ କୌଣସି ବିକଳ୍ପ ପଦେକ୍ଷପ ନିଆଯାଇନଥିବା କିଡନୀ ରୋଗ ଭଳି ମାରାତ୍ମକ ରୋଗ ରେ ଆକ୍ରାନ୍ତ ହୋଉ ଛନ୍ତି ପୁର୍ବ ତନ ବିଧାୟକ ତଥା ପୂର୍ବ ତନ ମନ୍ତ୍ରୀ ପ୍ରିତିରଞ୍ଜନ ଘଡେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଏ ସଙ୍ଗିନି ଘଟଣା କୂ ଦୃଷ୍ଟି ଆକର୍ଷଣ କରିଚନ୍ତି l
: କିଡ୍‌ନି ରୋଗ ପାଇଁ କାଳିଆପାଣିରେ ପୁଣି ଜଣେ ଖଣି ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ସ୍ଥାନୀୟ ବେଦାନ୍ତ-ଫେକର କଲରଙ୍ଗିଅତ୍ତା କ୍ରୋମାଇଟ୍‌ ଖଣିର ଠିକା ଶ୍ରମିକ ଭୀମ ସର୍ଦ୍ଦାର(୫୧)। ୨ଟିଯାକ କିଡ୍‌ନି ଖରାପ ହୋଇଥିବାରୁ କଳିଙ୍ଗନଗର ଟାଟାଷ୍ଟିଲ-ମେଡିକା ହସପିଟାଲରେ ଗତକାଲି ରାତି ତାଙ୍କର ଦେହାନ୍ତ ହୋଇଥିବା କହନ୍ତି ତାଙ୍କ ଗ୍ରାମବାସୀ ତଥା ରାଁସୋଳ ସରପଞ୍ଚ କନକଲତା ସର୍ଦ୍ଦାର। ଆଜି ଶ୍ରମିକନେତା ଭରତ ଚନ୍ଦ୍ର ମହାନ୍ତ, ସହକର୍ମୀ ହୀରାଲାଲ ମହାନ୍ତ, ଲାଲମୋହନ ମୁଣ୍ଡା, ଅଖିଳ ମହାନ୍ତ, ଫେକର ବରିଷ୍ଠ ଖଣି ପ୍ରବନ୍ଧକ ଇଂ ଅଜୟ କୁମାର ପାତ୍ର, ନିଯୁକ୍ତିଦାତା ଓଏମ୍‌ପିଏଲ୍ ପ୍ରକଳ୍ପ ପ୍ରବନ୍ଧକ ତପନ କୁମାର ପାଣି ପ୍ରମୁଖ ତାଙ୍କ ଅନ୍ତିମ ଦର୍ଶନ କରିଥିଲେ।
ମାସକରେ କିଡ୍‌ନି ରୋଗରେ ଭୀମଙ୍କୁ ମିଶାଇ ୪ ଜଣଙ୍କର ଯୁବାବସ୍ଥାରେ ମୃତ୍ୟୁ ହେଲାଣି। ଗତ ୫ ତାରିଖରେ ରାଁସୋଳ ପଞ୍ଚାୟତ କାକୁଡ଼ିଆ ଗାଁର ଘନ ତିରିଆଙ୍କ ପୁଅ ଭିନ୍ନକ୍ଷମ ଯୁବକ ମନୋଜ(୨୨)ଙ୍କ ମୃତ୍ୟୁ କିଡ୍‌ନି ରୋଗ ଜନିତ ବୋଲି ସରପଞ୍ଚ କନକଲତା ସର୍ଦ୍ଦାର ସୂଚନା ଦେଇଥିଲେ। ଗତମାସ ୧୯ ତାରିଖରେ ସାରୁଆବିଲ ଗାଁର ମୃତକ ସତ୍ୟଭାମା ପ୍ରଧାନ(୫୬)ଙ୍କର ୨ଟିଯାକ କିଡ୍‌ନି ନଷ୍ଟ ହୋଇଥିଲା କହନ୍ତି ପୁଅ ସୁଶାନ୍ତ। ଗତ ଅଗଷ୍ଟ ୧୧ ତାରିଖ ଓଏମ୍‌ସି ଖଣି ଶ୍ରମିକ କାଳିଆପାଣି ପଞ୍ଚାୟତ ଗୁରୁଜଙ୍ଗପାଳ ଗାଁର ଚାରିମା ଓରାମ୍‌(୪୫)ଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁର କିଛିମାସ ଧରି‌ ଚାରିମା କଳିଙ୍ଗନଗର ଟାଟାଷ୍ଟିଲ ମେଡିକା ହସପିଟାଲ୍‌ରେ ଡାଇଲିସିସ୍ କରାଉଥିଲେ। ଗତ ଜୁନ ୭ ତାରିଖରେ କାଳିଆପାଣି ଥାନା ପାଖ ମହାନ୍ତସାହିର ୨ କିଡ୍‌ନି ରୋଗୀ ଅବସରପ୍ରାପ୍ତ ଓଏମ୍‌ସି ଖଣି ଶ୍ରମିକ ଗିରିଧାରୀ ମହାନ୍ତ(୬୧) ଓ ଏହାର କିଛିମାସ ପୂର୍ବରୁ ଭକ୍ତୁ ମହାନ୍ତ(୬୦)ଙ୍କର ମୃତ୍ୟୁ ହୋଇଥିଲା। ଗତ ଫେବ୍ରୁଆରି ମାସରେ ସପ୍ତାହରେ ୨ ଜଣ ଯୁବ ଠିକା ବୋଝେଇ ଖଣି ଶ୍ରମିକ ବିର୍ସାନଗର ବସ୍ତିର ଗଜେନ୍ଦ୍ର ବେସ୍ରା(୩୮) ଓ ଚିରିଗୁଣିଆ ମୁଣ୍ଡାସାହିର ସୋମନାଥ ପିଙ୍ଗୁଆ(୩୬)ଙ୍କର ମୃତ୍ୟୁ ହୋଇଥିଲା।
ଗତ ଜାନୁଆରି ମାସରେ କିଡ୍‌ନି ରୋଗ ୪ ମୁଣ୍ଡ‌ ନେଇଥିଲା। ବିର୍ସାନଗର ବସ୍ତିର ବୋଝେଇ ଶ୍ରମିକ ପୋଗର ଲମ୍ବାଏଁ(୫୫)ଙ୍କର ୨୦ ତାରିଖରେ ମୃତ୍ୟୁ ‌ହୋଇଥିଲା। ୧୫ ତାରିଖ, ୯ ତାରିଖ ଓ ନୂଆବର୍ଷରେ ମୃତ୍ୟୁର ଶିକ‌ାର ହୋଇଥିଲେ ଆଉ ୩ କିଡ୍‌ନି ‌ରୋଗୀ କୋଇପଶି ବସ୍ତିର ଓଏମ୍‌ସି ଠିକା ସଫେଇ କର୍ମଚାରୀ କୁନୁ କାରୁଆ(୩୭), ଓଏମ୍‌ସି ଚିରିଗୁଣିଆ କ୍ୟାମ୍ପ୍ କର୍ମଚାରୀ ଜୟରାମ ମୁଣ୍ଡା(୫୫) ଓ ଉପର ନଗଡ଼ାର ଯୁବକ ସାଗା ପ୍ରଧାନ(୩୦)।
ଡିସେମ୍ବର ମାସ କିଡ୍‌ନି ରୋଗରେ ଆଉ ୭ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକମାନେ ହେଲେ ବାମ୍ବିଲୋ ଗାଁର ଲକ୍ଷ୍ମୀପ୍ରିୟା ନାୟକ, ଓସ୍ତପାଳ ଗାଁର ଭକ୍ତୁରାମ ଦେହୁରୀ(୩୨), ଓଏମ୍‌ସି ସୁକ୍ରଙ୍ଗି କ୍ରୋମାଇଟ୍‌ ଖଣି କର୍ମଚାରୀ ସୁନିଲ କୁମାର ସାହୁ(୪୨), କାଳିଆପାଣି ଘାଗିଆସାହିର ମଙ୍ଗଲ ମାରାଣ୍ଡି(୫୧) ଓ ଲକ୍ଷ୍ମଣ ମାରାଣ୍ଡି(୬୩) ଏବଂ ସାରୁଆବିଲ ଗାଁର ଚକ୍ରଧର ପ୍ରଧାନ(୨୫) ଓ ଗୋବିନ୍ଦ ଦେହୁରୀ(୬୧)।
୯ ମାସରେ କାଳିଆପାଣିର ୧୦ ଜଣ ଓ ମାସକରେ ରାଁସୋଳର ୨ ଜଣଙ୍କ କିଡ୍‌ନି ମୃତ୍ୟୁକୁ ସରପଞ୍ଚ ବିକାଶ କୁମାର ପାତ୍ର ଓ କନକଲତା ସର୍ଦ୍ଦାର ଉଦବେଗ ପ୍ରକାଶକରି ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଦାବି କରନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking