28.1 C
Bhubaneswar
Friday, September 20, 2024
Homeଖେଳଚୀନ୍‌ର ସମର୍ଥନ କରି ପାକ୍ ହକି ଟିମ୍ ଉପହସିତ

ଚୀନ୍‌ର ସମର୍ଥନ କରି ପାକ୍ ହକି ଟିମ୍ ଉପହସିତ

ନୂଆଦିଲ୍ଲୀ: ପାକିସ୍ତାନ ପୁରୁଷ ହକି ଟିମ୍ ସୋସିଆଲ୍ ମିଡିଆରେ ଜୋରଦାର ଟ୍ରୋଲ୍ କରାଯାଉଛି । ଭାରତ ଓ ଚୀନ୍ ମଧ୍ୟରେ ଅନୁଷ୍ଠିତ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ଅବସରରେ ପାକ୍ ଖେଳାଳି ଚୀନ୍ ପତାକା ଧରିଥିବା ଦେଖିବାକୁ ମିଳିଥିଲା । ତେବେ ସବୁଠୁ ମଜାର ବିଷୟ, ଚୀନ୍ ହିଁ ସେମିଫାଇନାଲ୍‌ରେ ପାକିସ୍ତାନକୁ ହରାଇ ପ୍ରଥମ ଥର ପାଇଁ ଫାଇନାଲ୍ ପ୍ରବେଶ କରିଥିଲା । ଭାରତ ଫାଇନାଲ୍‌ରେ ଚୀନ୍‌କୁ ୧-୦ ଗୋଲ୍‌ରେ ହରାଇ ପଞ୍ଚମ ଥର ପାଇଁ ଟାଇଟଲ୍ ଜିତିଛି । ଦୁଇ ଟିମ୍ ମଧ୍ୟରେ ମୁକାବିଲା ବହୁ ରୋମାଞ୍ଚର ହୋଇଥିଲା ଏବଂ ଚତୁର୍ଥ କ୍ୱାର୍ଟର୍‌ରେ ଜୁଗରାଜ ସିଂହଙ୍କ ଏକମାତ୍ର ଗୋଲ୍ ବଳରେ ଭାରତ ବିଜୟୀ ହୋଇଛି । ତେବେ ମ୍ୟାଚ୍ ଅବସରରେ ପ୍ରସାରଣକାରୀ ପାକିସ୍ତାନୀ ଖେଳାଳିଙ୍କୁ ସ୍କ୍ରୀନ୍‌ରେ ଦେଖାଇବା ପରେ ସେମାନଙ୍କ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ସୋସିଆଲ୍ ମିଡିଆରେ ଲୋକମାନେ ପାକ୍ ଖେଳାଳିଙ୍କ ଜୋରଦାର ଉପହାସ କରିବାରେ ଲାଗିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking