28.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶଇନ୍ଧନ ଟ୍ୟାଙ୍କର ବିସ୍ଫୋରଣ; ୨୪ ଦଗ୍ଧ

ଇନ୍ଧନ ଟ୍ୟାଙ୍କର ବିସ୍ଫୋରଣ; ୨୪ ଦଗ୍ଧ

ହାଇତି: ହାଇତିର ଦକ୍ଷିଣ ଉପଦ୍ୱୀପରେ ଏକ ଇନ୍ଧନ ଟ୍ୟାଙ୍କର ବିସ୍ଫୋରଣ ଘଟି ୨୪ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଏହି ବିସ୍ଫୋରଣରେ ଅନ୍ୟ ୪୦ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ରହିଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ରିପୋର୍ଟ ଅନୁସାରେ ରବିବାର ପୂର୍ବାହ୍ନ ସମୟରେ ଏକ ଇନ୍ଧନ ଟ୍ୟାଙ୍କର ଯାଉଥିବା ସମୟରେ ହଠାତ୍ ବିସ୍ଫୋରଣ ଘଟିଥିଲା ।

ଫଳରେ ସେହି ଆଖପାଖ ଦେଇ ଯାତାୟତ କରୁଥିବା ୬୦ରୁ ଊର୍ଦ୍ଧ୍ୱ ଲୋକମାନେ ପୋଡି ହୋଇଯାଇଥିଲେ । ପରବର୍ତ୍ତୀ ସମୟରେ ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ ସୂଚନା ମିଳିଥିଲା । ମୃତକଙ୍କ ମଧ୍ୟରେ କିଛି ମହିଳା ଓ ଶିଶୁ ଥିବା ଜଣାପଡିଛି । ହାଇତି ପ୍ରଧାନମନ୍ତ୍ରୀ ଗ୍ୟାରି କନିଲ୍ ଏହି ଘଟଣାକୁ ଅତ୍ୟନ୍ତ ଭୟାନକ ବୋଲି କହିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ପ୍ରଧାନମନ୍ତ୍ରୀ କନିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଆହତମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ସେମାନଙ୍କୁ ହେଲିକପ୍ଟର ଯୋଗେ ସ୍ଥାନାନ୍ତର କରାଯାଇଥିବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking