32.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶଛାଡପତ୍ର ମାମଲାରେ ଆହ୍ଲାବାଦ କୋର୍ଟ ଶୁଣାଇଲେ ଏପରି ରାୟ..

ଛାଡପତ୍ର ମାମଲାରେ ଆହ୍ଲାବାଦ କୋର୍ଟ ଶୁଣାଇଲେ ଏପରି ରାୟ..

ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କହିଛନ୍ତି କି ହିନ୍ଦୁ ବିବାହ ଏକ ପବିତ୍ର ବିବାହ । ଏହି ବିବାହକୁ ଚୁକ୍ତି ଭାବରେ ସମାପ୍ତ କରାଯାଇ ପାରିବ ନାହିଁ । ବହୁ ଶାସ୍ତ୍ର ଓ ଗୁରୁତ୍ୱପୂର୍ଣ୍ଣ ରୀତିନତୀ ଉପରେ ଏହି ବିବାହ ସମ୍ପର୍ଣ୍ଣ ହୋଇଥାଏ । ସୀମିତ ପରିସ୍ଥିତିକୁ ଆଧାର କରି ଏହି ବିବାହ କେବଳ ସମ୍ପୃକ୍ତ ପକ୍ଷଙ୍କ ଦ୍ୱାରା ଉପସ୍ଥିତ ଆଧାର ଦ୍ୱାରା ଶେଷ କରାଯାଇ ପାରିବ ବୋଲି ଅଦାଲତ ନିଷ୍ପତ୍ତି ରେ ଜଣାଇଛନ୍ତି । ନିଜର ବିବାହକୁ ଉଛେଦ ବିରୋଧରେ ପତ୍ନୀ ଏକ ଆବେଦନକୁ ସ୍ୱୀକାର କରିଥିଲେ । ଏହି ସମୟରେ ଜଷ୍ଟିସ୍ ସୋମିତ୍ର ଦିନଲ ସିଂ ଏବଂ ଡୋନାଡି ରମେଶଙ୍କ ଏକ ଡିଭିଜନ୍ ବେଞ୍ଚ କହିଛନ୍ତି ଯେ ପାରସ୍ପରିକ ସମ୍ମତି ଙ୍କ ଦ୍ୱାରା ଛାଡପତ୍ରକୁ ମଞ୍ଜୁରୀ ଦେଉଥିବା ସମୟରେ ଟ୍ରାଏଲ କୋର୍ଟଙ୍କୁ ବିବାହ ଭାଙ୍ଗିବାର ଆଦେଶ ଦେଇଦେବା ଉଚିତ୍ ଥିଲା ।

ଯଦି ଆବେଦନକାରୀ ଦାବି କରନ୍ତି ଯେ ସେ ତାଙ୍କ ସମ୍ମତି ପ୍ରତ୍ୟାହାର କରିନେଇଛନ୍ତି ଏବଂ ଏହି ତଥ୍ୟ ରେକର୍ଡରେ ରେକର୍ଡ ହୋଇଛି, ତେବେ ଟ୍ରାଏଲ କୋର୍ଟ ଆବେଦନକାରୀଙ୍କୁ ମୂଳ ସମ୍ମତି ପାଳନ କରିବାକୁ ବାଧ୍ୟ କରିପାରିବେ ନାହିଁ । ଏହା କରିବା ନ୍ୟାୟର ଉପହାସ ହେବ । ମହିଳା ଜଣକ ବୁଲନ୍ଦଶାହରର ଅତିରିକ୍ତ ଜିଲ୍ଲା ଜଜଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ବିରୋଧରେ ୨୦୧୧ ରେ ହାଇକୋର୍ଟରେ ଆବେଦନ କରିଥିଲେ । ଅତିରିକ୍ତ ଜିଲ୍ଲା ଜଜ୍ ମହିଳାଙ୍କ ସ୍ୱାମୀଙ୍କ ଦ୍ୱାରା ଦାଖଲ ହୋଇଥିବା ଛାଡପତ୍ର ଆବେଦନକୁ ଗ୍ରହଣ କରିଥିଲେ । ୨୦୦୬ ଫେବ୍‌ଆରୀ ରେ ଏହି ଦୁଇ ଦମ୍ପତି ପରସ୍ପରର ହାତ ଧରିଥିଲେ ।

ସେହି ସମୟରେ ସ୍ୱାମୀ ଭାରତୀୟ ସେନାରେ କାମ କରୁଥିଲେ । ପତ୍ନୀ ଲିଖିତ ଅଭିଯୋଗ କରିଛନ୍ତି ୨୦୦୭ ମସିହାରେ ସେ ତାଙ୍କ ସ୍ୱାମୀଙ୍କୁ ଛାଡି ବିବାହ ବିଛେଦ ପାଇଁ ୨୦୦୮ ମସିହାରେ କୋର୍ଟରେ ଆବେଦନ କରିଥିଲେ । ସେ ଏବେ ତାଙ୍କ ବାପାଙ୍କ ଘରେ ରହିଆସୁଛନ୍ତି । ତେବେ ଏହି ମାମଲା କୋର୍ଟରେ ବିଚାର ହେଇଥିବା ବେଳେ ପତ୍ନୀ ତାଙ୍କ ସ୍ୱାମୀଙ୍କ ସହ ରହିବାକୁ ମନା କରିଥିଲେ । ଯାହା ଫଳରେ ବିଫଳ ହୋଇଥିଲା ସମସ୍ତ ଚେଷ୍ଟା । ତେବେ ମହିଳାଙ୍କର ୨ ସନ୍ତାନ ମଧ୍ୟ ଅଛନ୍ତି । ଛାଡପତ୍ର ମାମଲାର ସମସ୍ତ ଶୁଣାଣୀ ସମୟରେ ସମସ୍ତ କାଗଜପତ୍ର ଓ ଘଟଣା କୋର୍ଟରେ ଦାଖଲ କରିଥିଲେ ମହିଳାଙ୍କ ଓକିଲ ମହେଶ ଶର୍ମା କିନ୍ତୁ ମହିଳାଙ୍କ ଦ୍ୱାରା ଦାଖଲ ହୋଇଥିବା ପ୍ରଥମ ଲିଖିତ ବୟାନ ଆଧାରରେ ଟ୍ରାଏଲ କୋର୍ଟ ଛାଡପତ୍ର ଆବେଦନକୁ ଅନୁମତି ଦେଇଥିଲେ ତେବେ ମହିଳା ଜଣକ ଏହାକୁ ନେଇ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking