28.1 C
Bhubaneswar
Thursday, September 19, 2024
Homeଓଡିଶାସ୍ଵଚ୍ଛତା ହିଁ ସେବା ଅଭିଯାନର ସଫଳ ରୂପାୟନ ପାଇଁ ପ୍ରସ୍ତୁତି ବୈଠକ

ସ୍ଵଚ୍ଛତା ହିଁ ସେବା ଅଭିଯାନର ସଫଳ ରୂପାୟନ ପାଇଁ ପ୍ରସ୍ତୁତି ବୈଠକ

ଯାଜପୁର : ଜିଲ୍ଲାପାଳଙ୍କ ଓସୱାନ ସମ୍ମିଳନୀ କକ୍ଷରେ ଜିଲ୍ଲାରେ ସ୍ଵଚ୍ଛତା ହିଁ ସେବା ଅଭିଯାନର ସଫଳ ରୂପାୟନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ଵେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ଵଛତା ପକ୍ଷ ସେପ୍ଟେମ୍ବର ୧୭ ରୁ ଆରମ୍ଭ ହୋଇ ଅକ୍ଟୋବର ୨ ତାରିଖ ଗନ୍ଧିଜୟନ୍ତୀ ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷର ବିଷୟବସ୍ତୁ “ସ୍ଵଭାବ ସ୍ଵଚ୍ଛତା ସଂସ୍କାର ସ୍ଵଚ୍ଛତା”। ସ୍ଵଚ୍ଛତା କାର୍ଯ୍ୟକ୍ରମରେ ଗାଁ ଠାରୁ ଆରମ୍ବ କରି ସହର ପର୍ଯ୍ୟନ୍ତ ସମସ୍ତ ବ୍ୟକ୍ତି ସାମିଲ ହେବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ସ୍ଵଚ୍ଛତା କାର୍ଯ୍ୟକ୍ରମରେ ସମସ୍ତଙ୍କର ଯୋଗଦାନ, ସମୁର୍ଣ୍ଣ ସ୍ଵଚ୍ଛତା, ସଫେଇ କର୍ମଚାରୀଙ୍କ ସୁରକ୍ଷା ପରି ବିଭାଗରେ ବିଭକ୍ତ କରାଯାଇଛି । ଏହି ପକ୍ଷରେ କାର୍ଯ୍ୟ।ଳୟ, ଜାତୀୟ ରାଜପଥ, ଜଙ୍କସନ, ବ୍ଲକ ମହକୁମା, ହାଟ, ମାର୍କେଟ ପ୍ଲେସ, ବସଷ୍ଟାଣ୍ଡ ଇତ୍ୟାଦି ସର୍ବସାଧାରଣ ସ୍ଥାନ ଓ ଅଳିଆ ଆବର୍ଜନା ପକାଯାଉଥିବା ସ୍ଥାନ (ଡମ୍ପିୟାର୍ଡ) ସଫା କରାଯିବ। ବିଦ୍ୟାଳୟ ଓ ମହା ବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ ପ୍ରବନ୍ଧ, ବକ୍ତୃତା, ସ୍ଲୋଗାନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏତଦ ବ୍ୟତୀତ ୱାଲ ପେଣ୍ଟିଙ୍ଗ, ସଫେଇ କର୍ମଚାରୀଙ୍କ ସୁରକ୍ଷା କାର୍ଯ୍ୟକ୍ରମ, ବୃକ୍ଷରୋପଣ, ଆଦି କାର୍ଯ୍ୟକ୍ରମ କରାଯିବ । ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର, ଚିକିତ୍ସାଳୟ ଇତ୍ୟାଦି ପରିଷ୍କାର ପରିଚ୍ଛନ କରାଯିବ । ସଫେଇ କର୍ମଚାରୀଙ୍କ ପାଇଁ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ସମାଜ କଲ୍ୟାଣ ଯୋଜନାରେ ସୁବିଧା ପ୍ରଦାନ, ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆଦି ଆୟୋଜନ କରିବାକୁ ଜିଲ୍ଲାପାଳ ସମସ୍ତ ବି. ଡି. ଓ ଓ ପୌର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବକୃଷ୍ଣ ଜେନା, ଜିଲ୍ଲା ଉନ୍ନୟନ ଓ ନିର୍ବାହୀ ଅଧିକାରୀ, ଶ୍ରୀ ଅଶୋକ କୁମାର ବେହୁରିଆ, ଉପଜିଲ୍ଲାପାଳ ଶ୍ରୀ ଅଂଶୁମାନ ଶତପଥୀ, ସମସ୍ତ ବ୍ଲକର ବି. ଡି. ଓ, ନିର୍ବାହୀ ଅଧିକାରୀ ପୌର ପରିଷଦ, ବିଭାଗୀୟ ଅଧିକାରୀମାନେ ଆଭାସୀ ମାଧ୍ୟମରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking