28.1 C
Bhubaneswar
Sunday, March 29, 2026
Homeଓଡିଶାଟାଟା ଷ୍ଟିଲ ଫାଉଣ୍ଡେସନର ମଶାମରା ଅଭିଯାନ ଶେଷ ; ଉପକୃତ ହେଲେ ୧୬,୮୦୦ରୁ ଅଧିକ ପରିବାର

ଟାଟା ଷ୍ଟିଲ ଫାଉଣ୍ଡେସନର ମଶାମରା ଅଭିଯାନ ଶେଷ ; ଉପକୃତ ହେଲେ ୧୬,୮୦୦ରୁ ଅଧିକ ପରିବାର

ଯାଜପୁର : ବର୍ଷା ଦିନେ ସ୍ଥାନୀୟ ଲୋକମାନଙ୍କୁ ମଶାବାହିତ ରୋଗରୁ ରକ୍ଷା କରିବା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ କଳିଙ୍ଗନଗର ଅଞ୍ଚଳରେ ଭେକ୍ଟର ବାହିତ ରୋଗ ନିରାକରଣ ଯୋଜନା ଅନ୍ତର୍ଗତ ମଶା ଲାର୍ଭା ନଷ୍ଟ ଅଭିଯାନ ଅଗଷ୍ଟ ରୁ ଆରମ୍ଭ କରିଥିଲା ଯାହା ବୁଧବାର ଶେଷ ହୋଇଯାଇଅଛି। ଯାଜପୁର ଜିଲ୍ଲା ଦାନଗଦୀ ଓ ସୁକିନ୍ଦା ବ୍ଲକର ଉଚ୍ଚ ବିପଦପୂର୍ଣ୍ଣ ଅଞ୍ଚଳରେ ମଶା ପ୍ରଜନନସ୍ଥଳୀକୁ ନଷ୍ଟ କରି ମ୍ୟାଲେରିଆ, ଡେଙ୍ଗୁ ଓ ଲିମ୍ଫାଟିକ୍ ଫାଇଲେରିଆ ଭଳି ରୋଗର ପ୍ରକୋପ ହ୍ରାସ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଦୀର୍ଘ ମାସେ ଧରି ଚାଲିଥିବା ଏହି ଅଭିଯାନରେ ଦାନଗଦୀ ଓ ସୁକିନ୍ଦା ବ୍ଲକର ୧୩ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୧୧୨ଟି ଗ୍ରାମର ୧୬,୮୦୦ରୁ ଅଧିକ ପରିବାର ଉପକୃତ ହୋଇଛନ୍ତି। ଟାଟା ଷ୍ଟିଲ ଫାଉଣ୍ଡେସନର ପବ୍ଲିକ୍ ହେଲଥ ଟିମ ନେତୃତ୍ୱରେ ଅନୁଷ୍ଠିତ ଏହି ଅଭିଯାନରେ ଆଶା କର୍ମୀ, ଏଏନଏମ, ସିଏଚ୍‌ଓ, ଅନ୍ୟ ସ୍ୱାସ୍ଥ୍ୟକର୍ମୀ, ସମାଜ ସଚେତନତାକାରୀ, ସରପଞ୍ଚ ଏବଂ ପିଆରଆଇ ସଦସ୍ୟଙ୍କ ସମେତ ସରକାରୀ କର୍ମଚାରୀମାନେ ସହଯୋଗ କରିଥିଲେ। ଜୈବିକ, ରାସାୟନିକ ଏବଂ ପରିବେଶଗତ ହସ୍ତକ୍ଷେପ ମାଧ୍ୟମରେ ମଶା ପ୍ରଜନନ ସ୍ଥଳକୁ ନଷ୍ଟକରି ମଶାବାହିତ ରୋଗର ବିପଦକୁ ହ୍ରାସ କରିବା ଏହି ପଦକ୍ଷେପର ଲକ୍ଷ୍ୟ ଥିଲା। ରୋଗର ପ୍ରକୋପ ହ୍ରାସ କରିବା, ମଶାଙ୍କ ଜନସଂଖ୍ୟା ନିୟନ୍ତ୍ରଣ କରିବା ଏବଂ ପ୍ରଜନନ ସ୍ଥଳ ଚିହ୍ନଟ ଏବଂ ରିପୋର୍ଟ କରିବାରେ ସ୍ଥାନୀୟ ଲୋକମାନଙ୍କୁ ସଚେତନ କରି ନିୟୋଜିତ କରିବା ମଧ୍ୟ ଏହି ଅଭିଯାନର ଉଦ୍ଦେଶ୍ୟ ଥିଲା। ଲାର୍ଭା ବିରୋଧୀ ଅଭିଯାନ ସମୟରେ ସମ୍ଭାବ୍ୟ ବିପଦରୁ ନିଜକୁ ରକ୍ଷା କରିବା ପାଇଁ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ହାତ ଗ୍ଲୋବସ୍‌, ମାସ୍କ, ଚଷମା ଓ ସୁରକ୍ଷା ପୋଷାକ ଭଳି ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) ଦିଆଯାଇଥିଲା। ଗ୍ରାମାଞ୍ଚଳରେ କିପରି ସଠିକ ଓ ପ୍ରଭାବଶାଳୀ ଭାବେ ମଶା ତେଲ ସିଞ୍ଚନ କରାଯାଇପାରିବ ସେ ନେଇ ଯାଜପୁର ଜିଲ୍ଲାର ଭେକ୍ଟର ବାହିତ ରୋଗ (ଭିବିଡି) ସ୍ୱାସ୍ଥ୍ୟ ଅଧିକାରୀମାନେ ଉକ୍ତ ଦଳମାନଙ୍କୁ ତାଲିମ ଦେଇଥିଲେ। ଏହି ଅଞ୍ଚଳରେ ମଶାବାହିତ ରୋଗ କ୍ରମଶଃ ବୃଦ୍ଧି ପାଉଥିବାରୁ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ସକ୍ରିୟ ଭାବରେ ବିପଦକୁ ହ୍ରାସ କରିବା ପାଇଁ ସ୍ଥାନୀୟ ଲୋକମାନଙ୍କ ସାଙ୍ଗରେ ମିଶି କାର୍ଯ୍ୟ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking