28.1 C
Bhubaneswar
Thursday, September 19, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ: ଆଜି ନୂତନ ସମ୍ପର୍କ ସୃଷ୍ଟି ହୋଇପାରେ। ଖର୍ଚ୍ଚାନ୍ତ ହୋଇପାରନ୍ତି। ଚଂଚଳ ପ୍ରକୃତିର ହେବେ। କଅଁଳ କଥା କହି ପରକୁ ଆପଣାର କରିପାରନ୍ତି।

ବୃଷ : ସୁଖୀ ହେବେ। ସମ୍ମାନୀତ ହୋଇପାରନ୍ତି। ଧାର କରଜ କରିପାରନ୍ତି। ସୁସ୍ଥ ଓ ନିରାମୟ ଜୀବନଯାପନ ବିତାଇବେ। ଲୋକପ୍ରିୟତା ଅର୍ଜନ କରିବେ। ଚଂଚଳ ପ୍ରକୃତିର ହୋଇପାରନ୍ତି। ସରକାରୀ ସ୍ତରରେ ସମ୍ମାନୀତ ହୋଇପାରନ୍ତି। ମହିଳାମାନେ ଦୂର ଗାଁ’କୁ ଯିବେ।

ମିଥୁନ : କର୍ମ ଚଂଚଳ ରହିବେ। ବଂଶ ମର୍ଯ୍ୟାଦା ରକ୍ଷା କରିବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟରେ ଲାଭଜନକ ହେବ। ସରକାରୀ କୃପା ଲାଭ କରିପାରନ୍ତି।

କର୍କଟ : ଆପଣଙ୍କ ବିରୁଧରେ ହୋଇଥିବା ଷଡଯନ୍ତ୍ର ବିଫଳ ହେବ। ସେବା ପୂଜାରେ ମନୋନିବେଶ କରିବେ। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ ବିଳାସରେ କଟିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ସିଂହ : କର୍ମକ୍ଷେତ୍ରରେ ପ୍ରତିଷ୍ଠାଲାଭ କରିବେ। ମନରେ ଆତୁରତା ବୃଦ୍ଧି ହେବ। ଈର୍ଷାପରାୟଣ ହୋଇପାରନ୍ତି। ସ୍ୱାଭିମାନୀ ହେବେ। ବ୍ୟବସାୟରେ ଲାଭବାନ୍ ହେବେ। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ଚନ୍ଦ୍ରଙ୍କ ଯୋଗୁ ସତର୍କ ରହିବେ।

କନ୍ୟା : ବେଳେ ବେଳେ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ମିତ୍ରଙ୍କ ସମ୍ପର୍କ ସ୍ଥାପନ କରିବେ। ବ୍ୟବସାୟ ଲାଭଜନକ ହେବ। ସମାଜସେବୀ ହେବେ। ଶାନ୍ତି ଓ ଧୈର୍ଯ୍ୟବାନ୍ ହେବେ। ପତ୍ନୀଙ୍କୁ ସଫଳତା ମିଳିବ।

ତୁଳା : ଗୃହ ଉପକରଣ ସଂଗ୍ରହ କରିବାରେ ଲାଗି ପଡ଼ିବେ। ଶତ୍ରୁ ଭୟ ରହିଛି। ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ ବିତାଇବେ। ଧନ ମିଳିବ। ଶତ୍ରୁନାଶ ହେବେ।

ବିଛା : ମନରେ ଦି୍ୱଧାଭାବ ଯାତ ହୋଇପାରେ। ଅନୁତାପ କରିପାରନ୍ତି। ଚଂଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। ଗୁପ୍ତ ବିଦ୍ୟାପ୍ରତି ଆଗ୍ରହୀ ହେବେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ମିଳିବ।

ଧନୁ : କର୍ମକ୍ଷେତ୍ରରେ ଅଧୀନସ୍ଥ କର୍ମଚାରୀଙ୍କ ସହ ମନାନ୍ତର ଯୋଗୁ ହଇରାଣ ହୋଇପାରନ୍ତି। ପାରିବାରିକ ଅଶାନ୍ତି ବୃଦ୍ଧି ପାଇବ। ମାଲିମୋକଦ୍ଦମାରେ ସଫଳତା ଲାଭ କରିପାରନ୍ତି।

ମକର : ଆଜି ସକାଳୁ ସକାଳୁ କାର୍ଯ୍ୟରେ ବାଧା ବିଘ୍ନ ସୃଷ୍ଟି ହେବ। ବ୍ୟବସାୟରେ କମ ଲାଭ ହେବ। ଆର୍ଥିକ ଅଭାବ ଦେଖାଦେଇପାରେ। ବନ୍ଧୁ ସହଯୋଗ ପାଇପାରନ୍ତି। ମାନସିକ ଶାନ୍ତି ବୃଦ୍ଧି ପାଇବ।

କୁମ୍ଭ : ବ୍ୟବସାୟରେ ସଫଳତା ଲାଭ କରିବେ। ଅଧିକାଂଶ କାର୍ଯ୍ୟରେ ସଫଳତା ଲାଭ କରିବେ। ଶତ୍ରୁମାନେ ପରାଜିତ ହେବେ। ଗୃହ, ଭୂମି କ୍ରୟର ସୁଯୋଗ ଆସିବ। ଗୃହରେ କୌଣସି ମାଙ୍ଗଳିକ କାର୍ଯ୍ୟ ପାଇଁ ବ୍ୟସ୍ତ ରହିବେ।

ମୀନ : ଦୈନଦିନ ରୋଜଗାର ବୃଦ୍ଧି ପାଇବ। ଅବରୋଧ ହୋଇଥିବା କାର୍ଯ୍ୟରେ ଉନ୍ନତି ହେବ। ବ୍ୟବସାୟରେ ଲାଭବାନ୍ ହେବେ। ମାଲିମୋଦ୍ଦମାରେ ବିଜୟୀ ହେବେ। ବିଭିନ୍ନ ଦିଗରୁ ଧନଲାଭ ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking