26.1 C
Bhubaneswar
Thursday, March 5, 2026
Homeଦେଶ ବିଦେଶଅଚଳହେଲା ୧ କୋଟି ମୋବାଇଲ୍ ନମ୍ବର

ଅଚଳହେଲା ୧ କୋଟି ମୋବାଇଲ୍ ନମ୍ବର

ନୂଆଦିଲ୍ଲୀ: ମୋବାଇଲ୍ ଫୋନ୍ ମାଧ୍ୟମରେ ହେଉଥିବା ଠକେଇ ରୋକିବା ପାଇଁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏଭଳି ସ୍ଥିତିରେ ଜାଲ୍ ମୋବାଇଲ୍ ସଂଯୋଗ ବିରୋଧରେ ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସରକାର ପ୍ରାୟ ୧ କୋଟି ମୋବାଇଲ ସଂଯୋଗ ବନ୍ଦ କରାଯାଇଛି, ଯେଉଁଗୁଡ଼ିକ ବ୍ୟବହାର କରି ଠକେଇ କରାଯାଉଥିଲା। କେନ୍ଦ୍ର ଦୂରସଂଚାର ବିଭାଗ( ଡିଓଟି) ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ସରକାର ପ୍ରାୟ ୧ କୋଟି ମୋବାଇଲ୍ ସଂଯୋଗ ବନ୍ଦ କରାଯାଇଛି, ଯେଉଁଗୁଡ଼ିକ ବ୍ୟବହାର କରି ଠକେଇ କରାଯାଉଥିଲା। କେନ୍ଦ୍ର ଦୂରସଞ୍ଚାର ବିଭାଗ( ଡିଓଟି) ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। କିଛିଦିନ ତଳେ ଠକେଇ ବା ସ୍ପାମ୍ କଲ୍‌କୁ ରୋକିବା ପାଇଁ ଟ୍ରାଇ ପକ୍ଷରୁ ଟେଲିକମ୍ ଅପରେଟର୍‌ମାନଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ସେମାନେ ତୁରନ୍ତ ନକଲି ସଂଯୋଗକୁ ବନ୍ଦ ଓ କଳା ତାଲିକାଭୁକ୍ତ କରିବା ଆରମ୍ଭ କରନ୍ତୁ ବୋଲି କୁହାଯାଇଛି। ଏଥିରେ ରୋବୋ କଲ୍ ଏବଂ ପ୍ରି-ରେକର୍ଡ ହୋଇଥିବା କଲ୍ ମଧ୍ୟ ସାମିଲ ଥିଲା। ସୂଚନାଯୋଗ୍ୟ, ଗତ କିଛିବର୍ଷ ମଧ୍ୟରେ ପ୍ରାୟ ସାଢ଼େ ୩ ଲକ୍ଷ ନମ୍ବର ବନ୍ଦ ହୋଇଯାଇଥିଲା। ଏହା ସହ ୫୦ଟି ସଂସ୍ଥାକୁ କଳା ତାଲିକାଭୁକ୍ତ କରାଯାଇଛି। କେବଳ ଏତିକି ନୁହେଁ କମ୍ୟୁନିକେସନ୍ ପାର୍ଟନର୍‌ଙ୍କ ସହାୟତାରେ ପ୍ରାୟ ୨.୨୭ ଲକ୍ଷ ମୋବାଇଲ୍ ହ୍ୟାଣ୍ଡସେଟ୍‌କୁ ମଧ୍ୟ ବ୍ଲକ୍ କରାଯାଇଥିଲା। ସେମାନେ ସାଇବର ଠକେଇ ଓ ଆର୍ôଥକ ଠକେଇରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ନେଟୱାର୍କରେ ଉନ୍ନତି ଆଣିବା ପାଇଁ ଯୋଗାଯୋଗ ମନ୍ତ୍ରଣାଳୟ ପକ୍ଷରୁ ନିରନ୍ତର ପ୍ରୟାସ କରାଯାଉଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking