32.1 C
Bhubaneswar
Saturday, February 14, 2026
Homeଓଡିଶାଆଧାର କେନ୍ଦ୍ରରେ ଭଙ୍ଗାରୁଜା କରି ଯୁବକ ଗିରଫ

ଆଧାର କେନ୍ଦ୍ରରେ ଭଙ୍ଗାରୁଜା କରି ଯୁବକ ଗିରଫ

ଭୁବନେଶ୍ୱର : ଆଧାର କେନ୍ଦ୍ରରେ ଭଙ୍ଗାରୁଜା କରିବା ସହ କେନ୍ଦ୍ରର କର୍ମଚାରୀଙ୍କୁ ମାରଧର କରିବା ଅଭିଯୋଗରେ ଲକ୍ଷ୍ମୀସାଗର ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଜଣକ ହେଲେ ଲିଙ୍ଗରାଜ ଥାନା ଅନ୍ତର୍ଗତ ନାଗେଶ୍ୱର ଟାଙ୍ଗୀରେ ରହୁଥିô ପଶ୍ଚିମବଙ୍ଗ ଦିଘା ଅଞ୍ଚଳର ସୌମେନ୍ଦ୍ର କୁମାର ମାଇତି(୩୨)। ଗତକାଲି ପୂର୍ବାହ୍ନ ପ୍ରାୟ ସାଢେ ୧୧ଟା ବେଳେ ବିଜେବି ନଗର ବିବେକାନନ୍ଦ ପାର୍କ ନିକଟରେ ଥିବା ଆଧାରକେନ୍ଦ୍ରକୁ ଅଭିଯୁକ୍ତ ସୌମେନ୍ଦ୍ର ଆସି ତାଙ୍କ ମା’ଙ୍କର ଆଧାର ଅପଡେଟ୍ ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ। ଆଧାର ଅପରେଟର ମନୋଜ କୁମାର ମୁଖୀ ତାଙ୍କୁ ସ୍ଥିତି ଯାଞ୍ଚ କରିବା ପାଇଁ ଟୋଲ ଫ୍ରି ନମ୍ବର ୧୯୪୭କୁ କଲ କରିବାକୁ ପରାମର୍ଶ ଦେଇଥିଲେ। ଏହି ପ୍ରକ୍ରିୟା ୭ରୁ ୧୦ ଦିନ ଲାଗିଥାଏ ବୋଲି ତାଙ୍କୁ ବୁଝାଇଥିଲେ। ମାତ୍ର ସୌମେନ୍ଦ୍ର ଅଶ୍ଳୀଳ ଭାଷାରେ ତାଙ୍କୁ ଗାଳିଗୁଲଜ କରି ମାରଧର କରିଥିଲେ। ତାଙ୍କ ମୁହଁ ଓ ଶରୀରରେ ଆଘାତ ଲାଗିଛି। ଏହିଗଣ୍ଡଗୋଳରେ ଲାପଟପ୍‌,ପ୍ରିଣ୍ଟର୍‌ଏବଂସ୍କାନର୍‌ଏବଂଅନ୍ୟଯନ୍ତ୍ରପାତି ଭାଙ୍ଗିଯାଇଥିଲା। ଗଣ୍‌ଗୋଳ କରି ଅଭିଯୁକ୍ତ ଜଣକ ଘଟଣା ସ୍ଥଳରୁ ବାଇକ୍‌ରେ ଫେରାର ହୋଇଯାଇଥିଲା। ତେବେ ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲସ ତଦନ୍ତ ଚଳାଇ ଅଭିଯୁକ୍ତ ସୌମେନ୍ଦ୍ରକୁ ଗିରଫ କରି ଆଜି କୋର୍ଟ ଚାଲଣ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking