30.1 C
Bhubaneswar
Saturday, February 14, 2026
Homeଓଡିଶାନାବାଳିକାଙ୍କୁ ଦୁର୍ଷ୍କମ ମାମଲାରେ ଦୋଷୀଙ୍କୁ ୧୦ ବର୍ଷ ଜେଲ

ନାବାଳିକାଙ୍କୁ ଦୁର୍ଷ୍କମ ମାମଲାରେ ଦୋଷୀଙ୍କୁ ୧୦ ବର୍ଷ ଜେଲ

 ଭୁବନେଶ୍ୱର: ବାଲିଅନ୍ତା ଥାନା ଅଞ୍ଚଳର ୪ ବର୍ଷ ପୂର୍ବେ ଘଟିଥିବା ନାବାଳିକା ଦୁଷ୍କର୍ମ ମାମଲାରେ ଭୁବନେଶ୍ୱର ଆଡ୍‌ହକ୍ ଅତିରିକ୍ତ ଦୌରା ଜଜ୍ ତଥା ଫାଷ୍ଟ୍‌ଟ୍ରାକ୍ ସ୍ପେଶାଲ କୋର୍ଟ(ପୋକ୍‌ସୋ) ଅଭିଯୁକ୍ତ ଦୀପୁ ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ବର୍ଷ ଜେଲ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥିସହ ତାଙ୍କୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଦୋଷୀଙ୍କୁ ଆଉ ଅଧିକ ୩ ମାସ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି। ଅଦାଲତ ଏହି ମାମଲାରେ ୧୪ଜଣଙ୍କ ସାକ୍ଷ୍ୟ ଓ ଅନ୍ୟାନ୍ୟ ତଥ୍ୟକୁ ଆଧାର କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ବାଲିଅନ୍ତା ଥାନା ଅଞ୍ଚଳରରେ ୨୦୨୦ ମସିହା ଅଗଷ୍ଟ ୧୬ ତାରିଖ ସନ୍ଧ୍ୟାରେ ୧୪ ବର୍ଷୀୟା ନାବାଳିକା ଜଣକ ଏକା ବାହାରକୁ ଶୌଚ ହେବାକୁ ଯାଇଥିଲେ। ତେବେ ଏହି ସୁଯୋଗରେ ତାଙ୍କ ଗ୍ରାମର ଅଭିଯୁକ୍ତ ଦୀପୁ ତାଙ୍କୁ ବଳାତ୍କାର କରିଥିଲା। ପରେ ପୀଡ଼ିତା ଜଣଙ୍କ ପରିବାର ନିକଟରେ ଏକଥା କହିଥିଲେ। ତେବେ ସେହିବର୍ଷ ଅଗଷ୍ଟ ୨୧ ତାରିଖରେ ପରିବାର ପକ୍ଷରୁ ବାଲିଅନ୍ତା ଥାନାରେ ଏତଲା ଦିଆଯାଇଥିଲା। ପୋଲିସ ଏତଲାକୁ ଆଧାର କରି ମାମଲା ରୁଜୁ କରିବା ସହ ତଦନ୍ତ କରି ଅଭିଯୁକ୍ତ ଦୀପକଙ୍କୁ ଗିରଫ କରିଥିଲା। ପୁଲିସ ଅକ୍ଟୋବର ୧୮ରେ ଚାର୍ଜସିଟ୍ ଦାଖଲ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking