17.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶହରିଆଣା ବିଧାନସଭା ନିର୍ବାଚନ: ବିଜେପିର ୨ୟ ପ୍ରାର୍ଥୀ ତାଲିକାରେ ୨୧ଜଣ; ଭିନେଶଙ୍କ ପ୍ରତିପକ୍ଷରେ କ୍ୟାପ୍‌ଟେନ୍ ଯୋଗେଶ

ହରିଆଣା ବିଧାନସଭା ନିର୍ବାଚନ: ବିଜେପିର ୨ୟ ପ୍ରାର୍ଥୀ ତାଲିକାରେ ୨୧ଜଣ; ଭିନେଶଙ୍କ ପ୍ରତିପକ୍ଷରେ କ୍ୟାପ୍‌ଟେନ୍ ଯୋଗେଶ

ଚଣ୍ଡିଗଡ : ହରିଆଣା ବିଧାନସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ମଙ୍ଗଳବାର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଇଛି। ବିଜେପିର ଏହି ୨ୟ ପର୍ଯର୍୍ୟାୟ ପ୍ରାର୍ଥୀ ତାଲିକାରେ ମୋଟ୍ ୨୧ ଜଣ ପ୍ରାର୍ଥୀଙ୍କ ନାମ ରହିଛି। ଏହା ପୂର୍ବରୁ ପ୍ରଥମ ତାଲିକାରେ ୬୭ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା ବିଜେପି। ସୁତରାଂ ଏହାକୁ ମିଶାଇ ବିଜେପି ହରିଆଣାର ମୋଟ୍ ୯୦ଟି ବିଧାନସଭା ଆସନରୁ ୮୮ଟି ସ୍ଥାନରେ ପ୍ରାର୍ଥୀ ଦେଇସାରିଥିବା ବେଳେ ଆଉ କେବଳ ୨ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ବାକି ରହିଛି। ତେବେ ବିଜେପିର ଏହି ୨୧ଜଣ ପ୍ରାର୍ଥୀଙ୍କ ମଧ୍ୟରୁ କ୍ୟାପ୍‌ଟେନ୍ ଯୋଗେଶ ବୈରାଗୀଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ବାସ୍ତବରେ ବିଜେପି କ୍ୟାପ୍‌ଟେନ୍ ବୈରାଗୀଙ୍କୁ, ଅନ୍ତର୍ଜାତୀୟ କୁସ୍ତିଯୋଦ୍ଧା ତଥା କଂଗ୍ରେସ ପ୍ରାର୍ଥୀ ବିନେଶ ଫୋଗଟ୍‌ଙ୍କ ବିପକ୍ଷରେ ଜୁଲାନା ବିଧାନସଭା ଆସନରୁ ପ୍ରାର୍ଥୀ କରିଛି। ପ୍ରକାଶ, କ୍ୟାପ୍‌ଟେନ୍ ଯୋଗେଶ ଏବେ ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ ଉପସଭାପତି ଅଛନ୍ତି। ସେହିପରି ସେ ହରିଆଣା ବିଜେପିର କ୍ରୀଡ଼ା ସେଲ୍‌ର ସହ ଆବାହକ ଭାବେ ମଧ୍ୟ କାର୍ଯ୍ୟ କରୁଥିବା ଜଣାପଡିଛି। ସୁତରାଂ ଜୁଲାନାରେ ଏଥର ହାଇପ୍ରୋଫାଇଲ ଲଢ଼େଇ ହେବ ବୋଲି ଅନୁମାନ କରାଯାଉଛି। ଭିନେଶ କଂଗ୍ରେସରେ ମିଶିବା ପରେ ଦଳ ତାଙ୍କୁ ଜୁଲାନା ଆସନରୁ ପ୍ରାର୍ଥୀ କରିଥିଲା। ସୁତରାଂ ଏଠାରେ ବିଜେପି କାହାକୁ ଟିକେଟ ଦେବ, ତା’କୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ବିଜେପି ପକ୍ଷରୁ କ୍ୟାପଟେନ୍ ଯୋଗେଶଙ୍କ ନାଁ ଘୋଷଣା କରାଯାଇଛି।
କ୍ୟାପ୍‌ଟେନ୍ ଯୋଗେଶଙ୍କ ବ୍ୟତୀତ ବିଜେପି ପକ୍ଷରୁ ପବନ ସୈନିଙ୍କୁ ନାରାୟଣଗଡ଼ରୁ ପ୍ରାର୍ଥୀ କରାଯାଇଛି। ପବନ ସୈନୀ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନିଙ୍କ ଘନିଷ୍ଠ ଭାବେ ପରିଚିତ। ସେହିପରି ପୁଣ୍ଡ୍ରୀ ଆସନରୁ ସତପାଲ ଜାମ୍ବା ପ୍ରାର୍ଥୀ ହୋଇଛନ୍ତି। ପୁନହାନାରୁ ଅଜିତ ଖାନ, ହାଥିନରୁ ମନୋଜ ରାୱତ ଓ ହୋଡାଲରୁ ହରିନ୍ଦର ସିଂହଙ୍କୁ ଟିକେଟ ମିଳିଛି। ହରିଆଣା ବିଜେପିର ପୂର୍ବତନ ମୁଖିଆ ଓମ ପ୍ରକାଶ ଧନକର ବଡଲି ଆସନରୁ ଲଢ଼ିବେ। ବରିଷ୍ଠ ନେତା ଅନୀଲ ବିଜ ପୂର୍ବଭଳି ପାରମ୍ପରିକ ଅମ୍ବାଲା କ୍ୟାଣ୍ଟରୁ ପ୍ରାର୍ଥୀ ହୋଇଛନ୍ତି। ତେବେ ଗନୌରରୁ ବର୍ତ୍ତମାନର ବିଜେପି ବିଧାୟକ ନିର୍ମଲ ରାନୀଙ୍କୁ ଦଳ ଟିକେଟ୍ ଦେଇନାହିଁ, ତାଙ୍କ ସ୍ଥାନରେ ଦେବେନ୍ଦ୍ର କୌଶିକଙ୍କୁ ଟିକେଟ ଦିଆଯାଇଛି। ରାଇ ଆସନରୁ ବିଜେପି ରାଜ୍ୟ ସଭାପତି ମୋହନ ଲାଲ ବଡୋଲିଙ୍କ ପରିବର୍ତ୍ତେ କୃଷ୍ଣା ଗହଲାୱତଙ୍କୁ ମଇଦାନକୁ ଓହ୍ଲାଇଛି ବିଜେପି। ପଟୌଦୀରୁ ବର୍ତ୍ତମାନର ବିଜେପି ବିଧାୟକ ସତ୍ୟ ପ୍ରକାଶଙ୍କୁ ଅଣଦେଖା କରି ବିମଲା ଚୌଧୁରୀଙ୍କୁ ଟିକେଟ ଦେଇଛି ଦଳ। ଏହା ବ୍ୟତୀତ ବଧକଲର ବର୍ତ୍ତମାନର ବିଜେପି ବିଧାୟକ ସୀମା ତ୍ରିଖାଙ୍କ ଟିକେଟ କାଟି ଧନେଶ ଅଧଲଖାଙ୍କୁ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking