26.1 C
Bhubaneswar
Wednesday, February 11, 2026
Homeଓଡିଶାବର୍ଷାରେ ଉବୁଟୁବୁ ମାଲକାନଗିରି

ବର୍ଷାରେ ଉବୁଟୁବୁ ମାଲକାନଗିରି

ମାଲକାନଗିରି : ଲଗାଣ ବର୍ଷା ଯୋଗୁ ବେହାଲ ହୋଇପଡ଼ିଛି ମାଲକାନଗିରି। ଜିଲ୍ଲାର ଅନେକ ଅଞ୍ଚଳରେ ବର୍ଷା ପାଣି ଜମି ରହିଛି। ପୋଟେରୁ ପୋଲ ଉପରେ ୫ରୁ୬ଫୁଟ୍ ବନ୍ୟା ପାଣି ଯାଉଛି। ସୁଅ ପ୍ରଖର ଥିବାରୁ ଲୋକେମାନେ ଯିବାଆସିବା କରିବା ସମ୍ଭବପର ହୋଇପାରୁ ନାହିଁ। ଯାହାଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛିା ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଯାନବାହନ ଅଟକି ରହିଛି। ପ୍ରତିବର୍ଷ ମାଲକାନଗିରି ଜିଲ୍ଲାରେ ବର୍ଷା ଦିନରେ ଏପରି ସ୍ଥିତି ଉପୁଜିଥାଏ।

ମାଲକାନଗିରି ଜିଲ୍ଲାର କିଛି ଅଞ୍ଚଳ ଏକ ପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଥାଏ। ଲୋକେମାନେ ଖାଇବା ଓ ରହିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ହେଲେ ପ୍ରଶାସନ ସବୁ ଜାଣି ମଧ୍ୟ ଚୁପ୍‌ ରହିଥାଏ। ସେହି ସମୟରେ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରି ସେମାନଙ୍କୁ ରନ୍ଧା ଖାଦ୍ୟ ଦେଇ କାମ ସାରିଦେଇଥାଏ। ହେଲେ ତଳିଆ ଅଞ୍ଚଳର ଲୋକେ କିପରି ବର୍ଷା ଦିନେ ହଇରାଣ ହରକତ ନ ହେବେ ସନେଇ ପ୍ରଶାସନ କୌଣସି ସ୍ଥାୟୀ ବ୍ୟବସ୍ଥା କରିନଥାଏ। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking