15.1 C
Bhubaneswar
Friday, January 16, 2026
Homeସ୍ୱାସ୍ଥ୍ୟରାତିରେ ବିଳମ୍ବରେ ଶୋଉଥିଲେ ଜାଣିରଖନ୍ତୁ କିଛି ଜିନିଷ...

ରାତିରେ ବିଳମ୍ବରେ ଶୋଉଥିଲେ ଜାଣିରଖନ୍ତୁ କିଛି ଜିନିଷ…

ଭୁବନେଶ୍ୱର : ବିଳମ୍ବିତ ରାତି ଯାଏଁ ଅନିଦ୍ରା ରହିବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ଲାଗି ରହିଥାଏ । ରାତିରେ ବିଳମ୍ବରେ ଶୋଇ ୮ ଘଣ୍ଟା ନିଦରେ ନଶୋଇଲେ ବିଭିନ୍ନ ରୋଗର କାରଣ ପାଲଟିଥାଏ । ଏହା କେବଳ ଶାରିରୀକ ନୁହେଁ ବରଂ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଏକ ଅଧ୍ୟୟନ ଅନୁଯାୟୀ, ଯେଉଁମାନେ ରାତି ଗୋଟାଏ ପରେ ଶୋଇ ଥାଆନ୍ତି, ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖା ଦେଇଥାଏ । ଗବେଷକ ମାନେ ପ୍ରାୟ ୭୩,୮୮୮ ଲୋକଙ୍କ ତଥ୍ୟର ବିଶ୍ଲେଷଣ କରିଛନ୍ତି । ସେମାନଙ୍କ ନିଦର ଅଭ୍ୟାସ, କେତେ ସମୟ ଶୋଇ ଥାଆନ୍ତି, ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ କିପରି ଆଦି ତଥ୍ୟ ସଂଗ୍ରହ କରିଥିଲେ ।ଗବେଷଣାର ଫଳାଫଳ ଆଶ୍ଚର୍ୟ୍ୟ ଜନକ । ଗବେଷକ ମାନେ କହିଛନ୍ତି, ରାତି ୧ଟା ପରେ ଶୋଇଲେ, ସେମାନଙ୍କ ନିକଟରେ ମାନସିକ ଦୁଃଶ୍ଚିନ୍ତା, ଶିରାପ୍ରଶିରା ଜନିତ ସମସ୍ୟା, ଅବସାଦ ଆଦି ସମସ୍ୟା ଅଧିକ ଦେଖାଦେଇଛି ।ଅଧ୍ୟୟନ ଅନୁଯାୟୀ, ଯେଉଁମାନେ ଶୀଘ୍ର ଉଠନ୍ତି, ମାତ୍ର ବିଳମ୍ବିତ ରାତିରେ ଶୁଅନ୍ତି, ସେମାନଙ୍କ ନିକଟରେ ରାତି ଗୋଟାଏ ପରେ ଶୋଉଥିବା ବ୍ୟକ୍ତି ବିଶେଷ ଭଳି ମାନସିକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇଥାଏ । ତେଣୁ ବିଳମ୍ବରେ ଶୋଇବା ଅଭ୍ୟାସ ହିଁ ମାନସିକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ।ଡାକ୍ତରଙ୍କ କହିବାନୁଯାୟୀ, ନିଦ ମସ୍ତିଷ୍କ ଓ ଶରୀର ପାଇଁ ଇନ୍ଧନ ଭଳି । ବିଳମ୍ବିତ ରାତି ଯାଏଁ ଅନିଦ୍ରା ରହିବା ଦ୍ୱାରା ନିଦ ଚକ୍ର ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥାଏ । ଏହାର ପ୍ରଭାବ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପଡିଥାଏ । ମାତ୍ର ଏଥିରେ ସମ୍ପୂର୍ଣ୍ଣ ସ୍ପଷ୍ଟତା ମିଳି ନାହିଁ । ଆହୁରି ଅଧ୍ୟୟନର ଆବଶ୍ୟକତା ରହିଛି ବୋଲି କୁହାଯାଇଛି ।କିଛି ଲୋକେ କହି ଥାଆନ୍ତି, ନିଦ ନ ଲାଗିବା କାରଣରୁ ରାତିରେ ବିଳମ୍ବରେ ଶୋଇ ଥାଆନ୍ତି । ଆପଣଙ୍କ ସହ ଏପରି ହେଉଥିଲେ, ପ୍ରତ୍ୟେକ ଦିନ ୭ ରୁ ୮ ମଧ୍ୟରେ ରାତ୍ରି ଭୋଜନ ଗ୍ରହଣ କରନ୍ତୁ । ସର୍ବଦା କମ୍‌ ତେଲ, ମସଲା ଯୁକ୍ତ ଖାଦ୍ୟ ପ୍ରସ୍ତୁତ କରନ୍ତୁ । ଅପରାହ୍ଣ ୫ଟା ପରେ ଚା’,କଫି ଆଦି ସେବନ କରନ୍ତୁ ନାହିଁ । ଶୋଇବାର ୩୦ ମିନିଟ୍‌ କିମ୍ବା ୧ ଘଣ୍ଟା ପୂର୍ବରୁ ଫୋନ୍‌, ଅନ୍ୟାନ୍ୟ ଡିଭାଇସର ବ୍ୟବହାର କରନ୍ତୁ ନାହିଁ । ଏହା ବଦଳରେ ବହି ପଢିପାରିବେ । ଏହା ଶରୀରକୁ ଅନେକ ରୋଗରୁ ଦୂରେଇ ରଖିଥାଏ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking