28.1 C
Bhubaneswar
Thursday, October 1, 2026
Homeଓଡିଶାବିଲଡର ଠକିଲେ ବାନ୍ଧୁଛ, ବସ୍ତିବାସିନ୍ଦାଙ୍କୁ ଠକିଥିବା ନବୀନ କାହିଁକି ଗିରଫ ହେବେନି

ବିଲଡର ଠକିଲେ ବାନ୍ଧୁଛ, ବସ୍ତିବାସିନ୍ଦାଙ୍କୁ ଠକିଥିବା ନବୀନ କାହିଁକି ଗିରଫ ହେବେନି

ଭୁବନେଶ୍ୱର : କିଛିଦିନ ତଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଗିରଫ କରିବାକୁ କହିବାରୁ ଶାସକ ଦଳର ବିଧାୟକ ଅରୁଣ ସାହୁ, ପ୍ରମିଳା ମଲ୍ଲିକ ଏହାକୁ ଗୃହର ବିବରଣୀରୁ ବାଦ୍ ଦେବାକୁ ଦାବି କରିଥିଲେ। ହେଲେ ଏବେ ପୁଣି ମୁଁ ନବୀନଙ୍କ ଗିରଫ ଦାବି କରୁଛି। ଅରୁଣ ଭାଇ, ମୁଁ ଭୁଲ୍ କହୁଥିବା ପ୍ରମାଣ କରିଦେଲେ ମୁଁ ତୁମ ଚପଲ ମୁଣ୍ଡାଇ ବୁଲିବି ବୋଲି ବିଜେପି ବିଧାୟକ ବାବୁ ସିଂହ ଗୃହରେ କହିଛନ୍ତି । ଶ୍ରୀ ସିଂହ କହିଥିଲେ ଜଣେ ବିଲଡର୍ ଲୋକଙ୍କୁ ଠକିଲେ ପୁଲିସ ତାଙ୍କୁ ଗିରଫ କରୁଛି। ହେଲେ ନବୀନ ବାବୁ ନକଲି ସର୍ଭେ, ନକଲି କାଗଜ ଦେଇ ହଜାର ହଜାର ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ଦେଲେ ବୋଲି କହିଥିଲେ । ଜଣେ ପୁଅକୁ ଗୋରା ଝିଅ ଦେଖାଇ କଳା ଝିଅକୁ ବାହା କରିଦେବା ଯାହା ସେହିଭଳି ପୂର୍ବ ସରକାର ଲୋକଙ୍କୁ ଠକିଛନ୍ତି। ପୂର୍ବ ସରକାର ୪ଥର ସର୍ଭେ କରି ଲୋକଙ୍କୁ ଏକାଧିକବାର ଜମି ପଟ୍ଟା ଦେଇଛନ୍ତି। ନବୀନ ବାବୁ ଲୋକଙ୍କ ସହ ଯେଉଁ ଅନ୍ୟାୟ, ବିଶ୍ବାସଘାତକତା କରିଛନ୍ତି ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେବନି? ପୂର୍ବ ସରକାର ସମୟରେ ଯେଉଁ ମ୍ୟୁନିସପାଲଟି ଅଧିକାରୀ ପଟ୍ଟା ବାଣ୍ଟିଥିଲେ ଏବେ ତାଙ୍କୁ ଏହା ଉପରେ ଘର ପ୍ଲାନ୍ ଅନୁମୋଦନ କରିବାକୁ କହିଲେ କହୁଛନ୍ତି ଏଇଟା ଉପରେ ପ୍ଲାନ୍ ଦେଇହେବନି। ଏଇଟାକୁ ଜମି ପଟ୍ଟା ବୋଲି ଗ୍ରହଣ କରାଯିବନି। ବ୍ୟାଙ୍କରେ ବନ୍ଧକ ରଖି ଟଙ୍କା ଉଠାଇବାକୁ କହିଲେ ବ୍ୟାଙ୍କ କର୍ତ୍ତୃପକ୍ଷ କହୁଛନ୍ତି ଏଇଟା ନକଲି ପଟ୍ଟା । ଏହାକୁ ଆଉ କେଉଁଠି ଦେଖାଇବନି। ଦେଖାଇଲେ ଗିରଫ ହୋଇଯିବା ଏମିତି ହିଁ ନବୀନ ସରକାର ଲୋକଙ୍କୁ ଠକିଥିଲେ, ଲୋକ ଏବେ ଭୋଗୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking