26.1 C
Bhubaneswar
Thursday, March 26, 2026
Homeଓଡିଶାଦୁର୍ଘଟଣାରେ ଚାଲିଗଲା ୨ ଜଣଙ୍କ ଜୀବନ

ଦୁର୍ଘଟଣାରେ ଚାଲିଗଲା ୨ ଜଣଙ୍କ ଜୀବନ

ନୟାଗଡ଼ : ଦ୍ରୁତ ଗତି ଆଣିଲା ମହା ବିପତ୍ତି । ଦ୍ରୁତ ଗତିରେ ଆସୁଥିବା ଜଣେ ବାଇକ୍‌ ଚାଳକ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଦୁଇ ଜଣଙ୍କୁ ଦେଲେ ଧକ୍କା। ଏହି ଦୁର୍ଘଟଣାରେ ଦୁଇ ପଥଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ୍‌ ଚାଳକଙ୍କ ଅବସ୍ଥା ଗୁରୁତର ରହିଛି। ଏପରି ଏକ ଦୁର୍ଘଟଣା ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଡିହଗାଁ ଛକରେ ଗତ ରାତିରେ ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ରାସ୍ତା ଉପରେ ମୃତକଙ୍କ ହାତଗୋଡ଼ ଛିଣ୍ଡି ପଡ଼ିଛି ।

ମୃତକଦ୍ୱୟ ହେଲେ ଡିହଗାଁ ଗ୍ରାମର ସୁଦର୍ଶନ ପ୍ରଧାନ ଏବଂ ଡିଗିରି ଗ୍ରାମର ଶୁକ୍ର ବାଜୁ । ଗୁରୁତର ବାଇକ୍‌ ଚାଳକଜଣକ ହେଲେ ମଧ୍ୟଖଣ୍ଡ ଗ୍ରାମର ଦିବ୍ୟଜ୍ୟୋତି ପଣ୍ଡା । ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଦିବ୍ୟଜ୍ୟୋତି ପଣ୍ଡା ଦଶପଲ୍ଲାରୁ ଦ୍ରୁତ ଗତିରେ ବାଇକ୍ ଚଳାଇ ଆସିଥିଲେ। ଡିହଗାଁ ଛକରେ ସେ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଛିଡା ହୋଇଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲେ। ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିଲା।

ବାଇକ୍‌ ଚାଳକ ଏବଂ ଅନ୍ୟ ଜଣେ ଆହତଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ପଥଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking