32.1 C
Bhubaneswar
Thursday, September 17, 2026
Homeଅପରାଧଆମ୍ବୁଲାନ୍‌ସରେ ମହିଳାଙ୍କ ସହ ଯାହା ହେଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ...

ଆମ୍ବୁଲାନ୍‌ସରେ ମହିଳାଙ୍କ ସହ ଯାହା ହେଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଘଟିଛି ଅଭାବନୀୟ ଘଟଣା । ଏକ ଆମ୍ବୁଲାନ୍‌ସର ଚାଳକ ଓ ସହଯୋଗୀ ଆମ୍ବୁଲାନ୍‌ସରେ ବସିଥିବା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ସହ ଆକ୍ରମଣ କରି ଲୁଟ୍‌ କରିଛନ୍ତି। କେବଳ ଏହାନୁହେଁ, ସେମାନେ ମହିଳାଙ୍କ ଅସୁସ୍ଥ ପତିଙ୍କ ଅକ୍ସିଜେନ୍‌ ପାଇପ୍‌କୁ ହଟାଇ ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ଘଟଣାଟି ଅଗଷ୍ଟ ୨୯ ତାରିଖ ଗାଜିପୁର(ଇନ୍ଦରାନଗର) ପୁଲିସ ଥାନା ଅଧୀନରେ ଘଟିଛି। ଲକ୍ଷ୍ନୌର ଏକ ଘରୋଇ ହସ୍‌ପିଟାଲ୍‌ରେ ପୀଡ଼ିତା ମହିଳାଙ୍କ ପତି ଭର୍ତ୍ତି ହୋଇଥିଲେ। ତେବେ ସ୍ବାମୀଙ୍କ ସ୍ବାସ୍ଥ୍ୟରେ କୌଣସି ସୁଧାର ନଆସିବାରୁ ଅର୍ଥାଭାବ ଯୋଗୁଁ ମହିଳାଜଣକ ନିଜ ପତିଙ୍କୁ ଘରୋଇ ହସ୍‌ପିଟାଲ୍‌ରୁ ଡିସଚାର୍ଜ କରି ଆମ୍ବୁଲାନ୍‌ସରେ ଫେରୁଥିଲେ। କିନ୍ତୁ ଅଧାରାସ୍ତାରେ ଗାଡ଼ିଚାଳକ ତା’ ସହଯୋଗୀ ମହିଳାଙ୍କୁ ଦୁଷ୍କର୍ମ କରିବାକୁ ପ୍ରୟାସ କରିଥିଲେ। ଏହାଦେଖି ତାଙ୍କ ଅସୁସ୍ଥ ସ୍ବାମୀ ଓ ଭାଇ ଚିତ୍କାର କରିଥିଲେ। ଏହାପରେ ଦୁଇ ଅଭିଯୁକ୍ତ ଆମ୍ବୁଲାନ୍‌ସ ଅଟକାଇ ସ୍ବାମୀଙ୍କ ମୁହଁରୁ ଅକ୍ସିଜେନ୍‌ ପାଇପ୍‌ ବାହାର କରି ରାସ୍ତା କଡ଼କୁ ଫିଙ୍ଗିଦେଇଥିଲେ ଓ ତାଙ୍କ ଭାଇକୁ ପଛପଟେ ବନ୍ଦ କରିଦେଇଥିଲେ। ତେବେ ଦୁଷ୍କର୍ମରେ ବିଫଳ ହେବାରୁ ସେମାନେ ମହିଳାଙ୍କ ନିକଟରେ ଥିବା ୧୦ହଜାର ଟଙ୍କା, ହାତରେ ଥିବା ସୁନା ଚୁଡ଼ି, ମଙ୍ଗଳସୂତ୍ର, ଆଧାର କାର୍ଡ, ହସ୍‌ପିଟାଲ୍‌ ରିପୋର୍ଟ ଆଦି ନେଇ ପଳାଇଥିଲେ। ଏହାପରେ ମହିଳାଜଣକ ସ୍ଥାନୀୟ ପୁଲିସ୍‌ ଥାନାରେ ପହଞ୍ଚି ସହାୟତା ଲୋଡ଼ିଥିଲେ। ପୁଲିସ ସହାୟତାରେ ସେ ତାଙ୍କ ପତିକୁ ନେଇ ଗୋରଖପୁର ମେଡିକାଲ୍‌ କଲେଜ ହସ୍‌ପିଟାଲ୍‌କୁ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କ ପତିଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ସମ୍ପର୍କରେ ଗତକାଲି ପୀଡ଼ିତା ମହିଳାଜଣକ ଗାଜିପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଲକ୍ଷ୍ନୌ ଏଡିସି ଜିତେନ୍ଦ୍ର କୁମାର ଦୁବେ କହିଛନ୍ତି, ଏନେଇ ଭାରତୀୟ ନ୍ୟାୟ ସଂହିତା ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କୁ ଧରିବାକୁ ଟିମ୍‌ ଗଠନ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking