16.1 C
Bhubaneswar
Sunday, December 7, 2025
Homeଓଡିଶାଝାରସୁଗୁଡା ଜିଲ୍ଲାରେ ୮ କୋଇଲା ଖଣିରୁ ଉତ୍ତୋଳନ

ଝାରସୁଗୁଡା ଜିଲ୍ଲାରେ ୮ କୋଇଲା ଖଣିରୁ ଉତ୍ତୋଳନ

ଭୁବନେଶ୍ୱର : ଝାରସୁଗୁଡା ଜିଲ୍ଲାରେ ବର୍ତ୍ତମାନ ୮ଟି କୋଇଲା ଖଣିରୁ କୋଇଲା ଉତ୍ତୋଳନ ହେଉଛି । ଗତ ୫ବର୍ଷ ଧରି ଏହିସବୁ କୋଇଲା ଖଣିରୁ କୋଇଲା ରପ୍ତାନି ହେବା ସହ ରାଜକୋଷରୁ ବିପୁଳ ଅର୍ଥ ଆସୁଥିବା ଇସ୍ପାତ ଓ ଖଣି ମନ୍ତ୍ରୀଙ୍କ ଉତ୍ତରରୁ ସୂଚନା ମିଳିଛି । ଝାରସୁଗୁଡା ଜିଲ୍ଲାରୁ କୋଇଲା ଉତ୍ତୋଳନ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ଯେ ଜିଲ୍ଲାର ୮ଟି କୋଇଲା ଖଣି ଯଥା ଲାଜକୁରା ଓସିପି, ଓରିଏଣ୍ଟ-୩, ଗଣ୍ଡଘୋରା ବ୍ଲକର ଉତ୍ତର-ପଶ୍ଚିମ ବ୍ଲକ, ରାମପୁର କୋଲିଆରୀ, ଇବ୍‍ ପ୍ରପର୍ଟି କୋଲିଆରୀ, ବେଲପାହାଡ ଖୋଲା କୋଇଲା ଖଣି, ସମଲେଶ୍ୱରୀ ଓସିପି ଓ ଲକ୍ଷନପୁର ଓସିପିରୁ କୋଇଲା ଉତ୍ତୋଳନ ହେଉଛି । ଜିଲ୍ଲାରୁ ୨୦୧୯-୨୦ ବର୍ଷରେ କୋଇଲା ରପ୍ତାନିରୁ ୫୩୨ କୋଟି ଟଙ୍କାରୁ ଅଧିକ ରାଜସ୍ୱ ମିଳିଥିବାବେଳେ ୨୦୨୦-୨୧ ରେ ପ୍ରାୟ ୪୦୦ କୋଟି, ୨୦୨୧-୨୨ରେ ୬୯୦ କୋଟି, ୨୦୨୨-୨୩ରେ ପାଖାପାଖି ୧୦୯୪ କୋଟି ଏବଂ ୨୦୨୩-୨୪ ବର୍ଷରେ ୧୧୨୮ କୋଟି ୨୩ଲକ୍ଷ ଟଙ୍କାର ରାଜସ୍ୱ ମିଳିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking