25.9 C
Bhubaneswar
Monday, April 6, 2026
Homeଓଡିଶାବନ୍ଧା ହେଲେ ତାଳଚେର ଖଣି ଉପନିର୍ଦ୍ଦେଶକ

ବନ୍ଧା ହେଲେ ତାଳଚେର ଖଣି ଉପନିର୍ଦ୍ଦେଶକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଖଣି ଉପନିର୍ଦ୍ଦେଶକ (ଡିଡିଏମ୍‌)ଙ୍କର ଅମାପ ସମ୍ପତ୍ତି ବାହାରିବା ପରେ ତାଙ୍କୁ ବାନ୍ଧିଛି ଭିଜିଲାନ୍ସ। ଗତକାଲି ଖଣି ଉପନିର୍ଦ୍ଦେଶକଙ୍କ ଘରୁ ପୁଳା ପୁଳା ଆୟ ବର୍ହିଭୂତ୍ ସମ୍ପତ୍ତି ବାହାରିଥିବା ବେଳେ ଆଜି ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ ଗିରଫ ହୋଇଛନ୍ତି। କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଆଜି ଭିଜିଲାନ୍ସ ଟିମ୍‌ ପକ୍ଷରୁ ଚଢ଼ଉ କରାଯାଇଛି।

ଭିଜିଲାନ୍ସ ୪ ଲକ୍ଷରୁ ଅଧିକ ଟଙ୍କା ଓ ଡିଡିଏମ୍‌ଙ୍କ ମୋବାଇଲ୍‌ ଫୋନ୍‌ ଜବତ କରିଛି। ଖଣି ଉପନିର୍ଦ୍ଦେଶକଙ୍କ ସମ୍ପତ୍ତି ତାଲିକା ଦେଖି ତାଜୁବ ହୋଇ ଯାଇଛନ୍ତି ଭିଜିଲାନ୍ସ ଅଧିକାରୀ। ତାଙ୍କର ୧ କୋଟି ୩୦ ଲକ୍ଷର ଏକ ଫ୍ଲାଟ ଥିବା ବେଳେ ୧୧ଟି ପ୍ଲଟ ରହିଛି। ଏଥିସହ ବାବୁଙ୍କର ୨ଟି ମାର୍କେଟ କମ୍ପ୍ଲେକ୍ସ, ଭୁବନେଶ୍ୱରରେ ଗୋଟିଏ ଡୁପ୍ଲେକ୍ସ କୋଠା ଥିବା ବେଳେ ୫୩ ଲକ୍ଷର ବ୍ୟାଙ୍କ ଜମା ଠାବ ହୋଇଛି। ଏହାବାଦ ତାଙ୍କ ଘରୁ ୯ ଲକ୍ଷ ୮୫ ହଜାର ଟଙ୍କା ଜବତ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking