22.1 C
Bhubaneswar
Wednesday, January 15, 2025
Homeଓଡିଶାଗୁଟ୍‍ଖା ଓ ପାନମସଲାରୁ ଗୋଟିଏ ବର୍ଷରେ ୧୦୧୨.୫୬ କୋଟି ଟଙ୍କାର ଜିଏସ୍‍ଟି ଆଦାୟ

ଗୁଟ୍‍ଖା ଓ ପାନମସଲାରୁ ଗୋଟିଏ ବର୍ଷରେ ୧୦୧୨.୫୬ କୋଟି ଟଙ୍କାର ଜିଏସ୍‍ଟି ଆଦାୟ

ଭୁବନେଶ୍ୱର : ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଗୁଟ୍‍ଖା, ପାସମସଲା ଆଦିରୁ ଦ୍ରବ୍ୟ ଓ ସେବା କର (ଜିଏସ୍‍ଟି) ବାବଦରେ ୧୦୧୨ କୋଟି ୫୬ ଲକ୍ଷ ଟଙ୍କାର ଟିକସ ଆଦାୟ କରିଥିଲେ । ଚଳିତ ଆର୍ଥିକ ବର୍ଷର ପ୍ରଥମ ଚାରି ମାସ ଅର୍ଥାତ୍‍ ଜୁଲାଇ ଶେଷ ସୁଦ୍ଧା ଏ ବାବଦରେ ୩୫୭ କୋଟି ୧୬ଲକ୍ଷ ଟଙ୍କା ଆଦାୟ ହୋଇଛି ।

ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ମୁଖ୍ୟମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ସମଗ୍ର ଦେଶରେ ୨୦୧୭ ଜୁଲାଇ ୧ ତାରିଖରେ ଦ୍ରବ୍ୟ ଓ ସେବା କର (ଜିଏସ୍‍ଟି) ଲାଗୁ କରାଯାଇଛି । ଗୁଟ୍‍ଖା, ପାନମସଲା ଆଦି ତମାଖୁ ଜାତୀୟ ଦ୍ରବ୍ୟ ଉପରେ ୨୮% ଜିଏସ୍‍ଟି ଆଦାୟ ହେଉଛି । ଏଡା ବ୍ୟତିତ କେନ୍ଦ୍ର ସରକାର ଉପରୋକ୍ତ ଦ୍ରବ୍ୟଗୁଡିକ ଉପରେ ଜିଏସ୍‍ଟି ସହାୟତା ସେସ୍‍ ଲାଗୁ କରିଛନ୍ତି ଯାହା କେନ୍ଦ୍ର ସରକାରଙ୍କ ତହବିଲ୍‍କୁ ଯାଇଥାଏ ଓ ଜିଏସ୍‍ଟି ଲାଗୁ ହେବା ଜନିତ କ୍ଷତି ଭରଣା ବାବଦକୁ ରାଜ୍ୟମାନଙ୍କ ମଧ୍ୟରେ ବଣ୍ଟନ କରାଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking