30.1 C
Bhubaneswar
Thursday, February 12, 2026
Homeଓଡିଶାହୀରାକୁଦର ସବୁ ଗେଟ୍‌ ବନ୍ଦ

ହୀରାକୁଦର ସବୁ ଗେଟ୍‌ ବନ୍ଦ

ସମ୍ବଲପୁର : ହୀରାକୁଦ ଡ୍ୟାମର ଜଳସ୍ତରକୁ ଦୃଷ୍ଟିରେ ରଖି ସୋମବାର ସମସ୍ତ ଗେଟ୍‌କୁ ବନ୍ଦ କରି ଦିଆଯାଇଛି। ଖୋଲାଥିବା ୬ଟି ଗେଟ୍‌କୁ ବନ୍ଦ କରାଯାଇଥିବା ନେଇ ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୨.୩୯ ଫୁଟ ରହିଛି। ସୂଚନା ଯୋଗ୍ୟ, ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧିଛି। ଆସନ୍ତା ୪ ତାରିଖରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ପରେ ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ। ଅବପାତଟି ଛତିଶଗଡ଼ ମୁହାଁ ହେବା ନେଇ ମଧ୍ୟ ଆକଳନ କରାଯାଇଛି। ଏହାର ପ୍ରଭାବରେ ୪ ତାରିଖରୁ ପୁଣି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଜଳସ୍ତରକୁ ଦୃଷ୍ଟିରେ ରଖି ଜଳଭଣ୍ଡାରର ଆବଶ୍ୟକ ଗେଟ୍‌ ଖୋଲିବା ନେଇ ପଦକ୍ଷେପ ନିଆଯିବ ବୋଲି ଡ୍ୟାମ୍‌ କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking