25.9 C
Bhubaneswar
Monday, April 6, 2026
Homeଦେଶ ବିଦେଶଇମ୍ପାକ୍ଟ ପ୍ଲେୟର୍ ନିୟମର ସମୀକ୍ଷା ହେବ

ଇମ୍ପାକ୍ଟ ପ୍ଲେୟର୍ ନିୟମର ସମୀକ୍ଷା ହେବ

ମୁମ୍ବାଇ: ଭାରତୀୟ କ୍ରିକେଟ୍ କଣ୍ର୍ଟ୍ରୋଲ୍ ବୋର୍ଡ ଇମ୍ପାକ୍ଟ ପ୍ଲେୟର୍ ଓ ଗୋଟିଏ ଓଭର୍‌ରେ ଦୁଇଟି ବାଉନ୍ସର୍‌ର ସମୀକ୍ଷା କରିବାକୁ ଯାଉଛି। ଅସଲରେ ଆଗାମୀ ଘରୋଇ ସିଜନ୍‌ରେ ବିଶେଷକରି ନଭେମ୍ବରରୁ ଆରମ୍ଭ ହେବାକୁ ଥିବା ସୟଦ୍ ମୁସ୍ତାକ୍ ଅଲୀ ଟ୍ରଫିରେ ଏହି ନିୟମ ଲାଗୁ ରଖାଯିବ କି ନାହିଁ, ଏହାକୁ ନେଇ ରାଜ୍ୟ ୟୁନିଟ୍ ମଧ୍ୟରେ ଅସମଞ୍ଜସ୍ୟତା ଲାଗି ରହିଛି। ଏହି ଦୁଇ ନିୟମ ଆଇପିଏଲ୍ ଏବଂ ସୟଦ୍ ମୁସ୍ତାକ ଅଲୀ ଟ୍ରଫିରେ ଲାଗୁ ହୋଇଥିଲା।

ଦୁଇଟି ବାଉନ୍ସର ନିୟମ ଗତବର୍ଷ ମୁସ୍ତାକ ଅଲୀ ଟ୍ରଫିରେ ଏବଂ ଇମ୍ପାକ୍ଟ ପ୍ଲେୟର୍ ନିୟମ ଆଇପିଏଲ୍‌-୨୦୨୩ରେ ଲାଗୁ କରାଯାଇଥିଲା। ଯଦିଓ ଏହି ଦୁଇ ନିୟମ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବ୍ୟବହାର ହେଉନାହିଁ। କ୍ରିକେଟ୍ ୱେବ୍‌ସାଇଟ୍ କ୍ରିକ୍‌ବଜ୍ ଅନୁସାରେ, ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌)ର ଗତ ସିଜନ୍ ପରେ ଇମ୍ପାକ୍ଟ ପ୍ଲେୟର୍ ଉପରେ ସାରା ବିଶ୍ୱରେ ଚର୍ଚ୍ଚା ଜାରୀ ରହିଛି। କେତେକ ସିନିୟର୍ ଖେଳାଳି ଏହି ନିୟମ ସମର୍ଥନରେ ଥିବାବେଳେ ଅନେକ ଏହାକୁ ବିରୋଧ କରୁଛନ୍ତି। କିଛିଦିନ ତଳେ ଏହି ଦୁଇ ନିୟମ ଉପରେ ଶୀଗ୍ର ନିଷ୍ପତ୍ତି ନିଆଯିବା ସହିତ ସେ ସମ୍ପର୍କରେ ସୂଚନା ଦିଆଯିବ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହ ସୂଚନା ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking