27.1 C
Bhubaneswar
Saturday, April 4, 2026
Homeଅପରାଧଗୋ ମାଂସ ଖାଇବା ସନ୍ଦେହ; ପ୍ରବାସୀ ଶ୍ରମିକଙ୍କୁ ପିଟିପିଟି ମାରିଦେଲେ

ଗୋ ମାଂସ ଖାଇବା ସନ୍ଦେହ; ପ୍ରବାସୀ ଶ୍ରମିକଙ୍କୁ ପିଟିପିଟି ମାରିଦେଲେ

ନୂଆଦିଲ୍ଲୀ: ଗୋ-ମାଂସ ଖାଇଥିବା ସନ୍ଦେହରେ ହରିଆଣାରେ ଜଣେ ପ୍ରବାସୀ ଶ୍ରମିକ (ବିହାର ନାଗରିକ)ଙ୍କୁ ଗୋ ରକ୍ଷକମାନେ ପିଟି ପିଟି ହତ୍ୟା କରିଛନ୍ତି। ଏପ୍ରକାର ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିବା ପରେ ଦେଶବ୍ୟାପୀ ଏକ ଆଲୋଡନ ସୃଷ୍ଟି ହୋଇଛି। ଅନ୍ୟପକ୍ଷେ ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୨ ନାବାଳକଙ୍କ ସହ ମୋଟ ୭ ଅଭିଯୁକ୍ତଙ୍କୁ ହରିଆଣା ପୁଲିସ୍ ଗିରଫ କରିଛି। ହତ୍ୟା ମାମଲା ରୁଜୁ କରିବା ସହ ପୁଲିସ୍ ଏହି ଘଟଣାର ତଦନ୍ତ କରୁଥିଲେ ମଧ୍ୟ ମୃତ ପରିବାର ଲୋକେ ଭୟଭୀତ ହୋଇପଡିଥିବାରୁ ପୁଲିସ୍ ଆଗରେ ମୁହଁ ଖୋଲିବାକୁ ମଧ୍ୟ ମନା କରିଦେଇଛନ୍ତି।

ରିପୋର୍ଟ ଅନୁସାରେ ସବୀର ମଲ୍ଲିକ ନାମକ ଜଣେ ଯୁବକ ନିଜ ପରିବାର ସହ ବିହାରରୁ କାମ ଅନ୍ୱେଷଣରେ ହରିଆଣାର ଚର୍ଖି ଦାଦ୍‌ରି ଅଞ୍ଚଳକୁ ଆସିଥିଲେ। ତେବେ ସେ ଏଠାରେ ଦୀର୍ଘ ଦିନ ଧରି ଜଣେ ପ୍ରବାସୀ ଶ୍ରମିକ୍ ଭାବେ କାମ ମଧ୍ୟ କରୁଥିଲେ। କିନ୍ତୁ ନିକଟରେ ସବୀର ଗୋ ମାଂସ ଖାଇଥିବା କିଛି ସ୍ଥାନୀୟ ଲୋକେ ସନ୍ଦେହ କରିଥିଲେ। ସବୀର ଏବଂ ଅନ୍ୟ ଜଣେ ଯୁବକ (ପଶ୍ଚିମବଙ୍ଗ ନାଗରିକ) ମିଳିତ ଭାବେ ଗୋ ମାଂସ ଖାଇଥିବା ଜାଣିବା ପରେ ଗୋରକ୍ଷକ ଦଳର ସଦସ୍ୟମାନେ ଏମାନଙ୍କୁ ମାଡ଼ ମାରିବା ତଥା ଉଚିତ୍ ଶିକ୍ଷା ପାଇଁ ଯୋଜନା କରିଥିଲେ। ସେମାନେ ଅତର୍କିତ ଭାବେ ଚଢ଼ଉ କରିଥିଲେ ଏବଂ ସବୀର ଏବଂ ପଶ୍ଚିମବଙ୍ଗ ଯୁବକ ଗୋମାଂସ ରାନ୍ଧୁଥିବା ସମୟରେ ସେମାନଙ୍କୁ ଧରିଥିଲେ। ଏମାନଙ୍କ ପାଖରୁ କିଛି ଗୋ ମାଂସ ମିଳିବା ପରେ ଗୋରକ୍ଷକମାନେ ଦୁଇ ପ୍ରବାସୀ ଯୁବକଙ୍କୁ ଧରି ନିସ୍ତୁକ ମାଡ ମାରିବା ସହ ପୁଲିସକୁ ହସ୍ତାନ୍ତର କରିଥିଲେ। କିନ୍ତୁ ଭୀଷ ମାଡ଼ ଯୋଗୁ ସବୀର ମୃତ୍ୟୁବରଣ କରିଥିବା ବେଳେ ଅନ୍ୟଜଣେ ହସ୍ପିଟାଲରେ ଚିକିିତ୍ସାଧୀନ ରହିଥିବା ଜଣାପଡିଛି। ବର୍ତ୍ତମାନ ଶାନ୍ତି ବଜାୟ ରଖିବା ପାଇଁ ପୁଲିସ ଫୋର୍ସ ମୁତୟନ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking