32.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଆରପାରିରେ ସୁପ୍ରିମ୍‌କୋର୍ଟର ପୂର୍ବତନ ଆଇନଜୀବୀ ଏଜି ନୁରାନୀଙ୍କ

ଆରପାରିରେ ସୁପ୍ରିମ୍‌କୋର୍ଟର ପୂର୍ବତନ ଆଇନଜୀବୀ ଏଜି ନୁରାନୀଙ୍କ

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟର ପୂର୍ବତନ ଓକିଲ ତଥା ରାଜନୈତିକ ସମୀକ୍ଷକ ଏଜି ନୁରାନୀଙ୍କର ଆଜି ୯୩ ବର୍ଷ ବୟସରେ ପରଲୋକ ଘଟିଛି। ଆଇନ କ୍ଷେତ୍ରର ଏହି ଖ୍ୟାତିସଂପନ୍ନ ବିଦ୍ବାନ ‘ଦ କାଶ୍ମୀର କୁଶ୍ଚିନ୍‌’, ‘ବଦରୁଦ୍ଦିନ ତୟବଜୀ’, ‘ମିନିଷ୍ଟର୍ସ ମିସ୍‌କଣ୍ଡକ୍ଟ’ ସମେତ ଅନେକ ପୁସ୍ତକ ଲେଖିଛନ୍ତି। ହିନ୍ଦୁସ୍ତାନ ଟାଇମ୍ସ, ଦି ହିନ୍ଦୁ, ଦି ଷ୍ଟେଟ୍‌ସମ୍ୟାନ୍‌ ସମେତ ବିଭିନ୍ନ ଖବରକାଗରେ ତାଙ୍କର ସ୍ତମ୍ଭ ପ୍ରକାଶ ପାଉଥିଲା। ୧୯୩୦ରେ ବମ୍ବେରେ ଜନ୍ମ ହୋଇଥିବା ନୁରାନୀ ୧୯୬୦ ଦଶକ ଆରମ୍ଭରେ ଲେଖାଲେଖି ଆରମ୍ଭ କରିଥିଲେ। ଜଣେ ଆଇନଜୀବୀ ଭାବେ ସେ ଜମ୍ମୁ କଶ୍ମୀରର ପ୍ରଥମ ନିର୍ବାଚିତ ପ୍ରଧାନମନ୍ତ୍ରୀ ଶେଖ୍‌ ଅବଦୁଲ୍ଲାଙ୍କ ପାଇଁ ମାମଲା ଲଢ଼ିଥିଲେ। ନୁରାନୀ ଦୀର୍ଘବର୍ଷ ଧରି ସୁପ୍ରିମ୍‌କୋର୍ଟରେ ଓକିଲାତି କରିଥିଲେ। ପୂର୍ବତନ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ କରୁଣାନିଧିଙ୍କ ପାଇଁ ସେ ତାଙ୍କ ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ଜେ ଜୟଲଳିତାଙ୍କ ବିରୋଧରେ ମାମଲା ଲଢ଼ିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking