26.1 C
Bhubaneswar
Wednesday, March 18, 2026
Homeଦେଶ ବିଦେଶବିଳମ୍ବିତ ରାତିର କଫି ଅର୍ଡର କରିବା ପଡ଼ିଲା ମହଙ୍ଗା; ଅଶାଳୀନ କାମ କଲେ ଜୋମାଟୋ ଡେଲିଭରୀ...

ବିଳମ୍ବିତ ରାତିର କଫି ଅର୍ଡର କରିବା ପଡ଼ିଲା ମହଙ୍ଗା; ଅଶାଳୀନ କାମ କଲେ ଜୋମାଟୋ ଡେଲିଭରୀ ବଏ

ଅହମଦାବାଦ: ବିଳମ୍ବିତ ରାତିର କଫି ଅର୍ଡର କରିବା ପଡ଼ିଲା ମହଙ୍ଗା। ଅଶାଳୀନ କାମ କଲେ ଜୋମାଟୋ ଡେଲିଭରୀ ବଏ। ଗୋଡ଼ରେ ଆଘାତ ଲାଗିଛି ବୋଲି କହି ତଳକୁ ଦେଖିବାକୁ କହିଲେ। ଯୁବତୀ ତଳକୁ ଦେଖିବା ପରେ ସେ ନିଜ ବ୍ୟକ୍ତିଗତ ଅଙ୍ଗ ତାଙ୍କୁ ଦେଖାଇଥିବା ଅଭିଯୋଗ କରିଛନ୍ତି ଯୁବତୀ। ଏନେଇ ସ୍କ୍ରିନସଟ ସହ ଯୁବତୀ ଜୋମାଟୋକୁ ଅଭିଯୋଗ କରିବାରୁ ଡେଲୀଭରି ବଏକୁ କାର୍ଯ୍ୟରୁ ବହିଷ୍କାର କରାଯାଇଥିବା ଜଣାପଡ଼ିଛି। ଘଟଣାଟି ଘଟିଛି ଅହମଦାବାଦରେ। ଯୁବତୀଙ୍କ କହିବା ମୁତାବକ, ସବୁ କାଫେ ବନ୍ଦ ହୋଇଯାଇଥିବାରୁ ମୁଁ ବିଳମ୍ବିତ ରାତିରେ କଫି ଅର୍ଡର କରିଥିଲି। ପ୍ରବଳ ବର୍ଷା ପାଇଁ କଫି ଡେଲିଭର ହେବାକୁ ବିଳମ୍ବ ହେଲା।

ପରିସ୍ଥିତି ଦେଖି ମୁଁ କିଛି ବି କହିଲିନାହିଁ। ବିଳମ୍ବରେ ଡେଲିଭରୀ ବଏ ପହଞ୍ଚିବା ପରେ ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଥିବାରୁ ମୁଁ ଫୋନର ଫ୍ଲାସ ଲାଇଟ୍ ଅନ୍ କରିଥିଲି। ଏହା ପରେ ଡେଲିଭରୀ ବଏ ମୋତେ କଫି ଧରାଇ ଦେଇ ତାଙ୍କ ଗୋଡ଼ରେ ଆଘାତ ଲାଗିଥିବା କହିଥିଲେ। ମୁଁ ଫ୍ଲାସ ଲାଇଟ୍ ତଳକୁ କରିବା ପରେ ତାଙ୍କ ବ୍ୟକ୍ତିଗତ ଅଙ୍ଗ ମୋତେ ଦିଶିଥିଲା। ଏହା ପରେ ରାଗରେ ମୁଁ ତାଙ୍କୁ ଦେଖିବାରୁ ସେ ପାଗଳଙ୍କ ପରି ମୋ ଆଡକୁ ଦେଖି ହସିବା ସହ ମୋତେ ଟିକେ ସାହାଯ୍ୟ କର ବୋଲି କହିଥିଲେ। ମୁଁ ରାଗରେ କବାଟ ବନ୍ଦର କରି ଭିତରକୁ ଆସିଯାଇଥିଲି। ପୀଡ଼ିତା ଆହୁରି ଅଭିଯୋଗ କରିଛନ୍ତି ଯେ, ଡେଲିଭର କରିବାର କିଛି ଘଣ୍ଟା ପରେ ଯୁବକଜଣକ ମୋତେ କଲ୍ କରିବା ଆରମ୍ଭ କରିଥିଲେ। ଏହା ଦେଖି ମୁଁ ତୁରନ୍ତ ଜୋମାଟୋର କଷ୍ଟମର କେୟାର ନମ୍ବରକୁ କଲ୍ କରି ଅଭିଯୋଗ କରିଥିଲି। ଅଭିଯୋଗ ପରେ ସେମାନେ ଡେଲିଭରୀ ବଏକୁ ଚାକିରିରୁ ବାହାର କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking