28 C
Bhubaneswar
Tuesday, June 30, 2026
Homeଓଡିଶାମଣିଷକୁ ସଂକ୍ରମଣ ହୋଇ ନାହିଁ ବାର୍ଡ ଫ୍ଲୁ : ସ୍ୱାସ୍ଥ୍ୟମନ୍ତ୍ରୀ

ମଣିଷକୁ ସଂକ୍ରମଣ ହୋଇ ନାହିଁ ବାର୍ଡ ଫ୍ଲୁ : ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର : ମଣିଷକୁ ବାର୍ଡ ଫ୍ଲୁ ସଂକ୍ରମଣ ହୋଇ ନାହିଁ । ଏନେଇ ଗୁରୁବାର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ଯେଉଁ ନମୁନା ପରୀକ୍ଷା ପାଇଁ ଯାଇଥିଲା, ନେଗେଟିଭ୍‌ ଆସିଛି। ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆଇସୋଲେସନରେ ରଖାଯାଇଛି । ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିଛି, ବ୍ୟାପକ ସଚେତନତା କରାଯାଉଛି । ବାର୍ଡ ଫ୍ଲୁକୁ ନେଇ ଆତଙ୍କିତ ନହେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ବାର୍ଡ ଫ୍ଲୁ ଆକ୍ରାନ୍ତ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ରଙ୍କ ପକ୍ଷରୁ ବୁଧବାର ମିଳିଥିବା ସୂଚନାନୁଯାୟୀ, ୨ ଜଣ ବାର୍ଡ ଫ୍ଲୁ ସନ୍ଦିଗ୍ଧ ଚିହ୍ନଟ ହୋଇଥିଲେ। ଲକ୍ଷଣ ଥିବା ୨ ଜଣଙ୍କ ନମୁନା ଆରଏମଆରସିକୁ ପରୀକ୍ଷା ପାଇଁ ପଠାଯାଇଥିଲା। ପୁଣେ ଭାଇରୋଲୋଜି ସେଣ୍ଟରକୁ ମଧ୍ୟ ନମୁନା ପଠାଯାଇଥିଲା। ରିପୋର୍ଟକୁ ଅପେକ୍ଷା ରହିଥିଲା। ଏନେଇ ଆତଙ୍କିତ ନହେବାକୁ ପରାମର୍ଶ ଦେଇଥିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ଆରଏମଆରସି ରିପୋର୍ଟ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ତଥ୍ୟ ଦେବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking