26.1 C
Bhubaneswar
Wednesday, March 25, 2026
Homeଓଡିଶାବିରୁଡ଼ି ଆକ୍ରମଣରେ ଶିଶୁ ମୃତ

ବିରୁଡ଼ି ଆକ୍ରମଣରେ ଶିଶୁ ମୃତ

କେନ୍ଦୁଝର: ବିରୁଡ଼ି ଆକ୍ରମଣରେ ଜଣେ ଶିଶୁର ମୃତ୍ୟୁ ଘଟିଥିବାବେଳେ ଦୁଇଜଣ ଗୁରୁତର ଆହତ ହୋଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ମୃତକ ହେଲେ ଯୋଡ଼ା ବ୍ଲକ୍‌ କାଶିଆ ଗ୍ରାମର ସୁନାମଣି ଲାଗୁରୀଙ୍କ ଝିଅ ନାନିକା (୩)। ଗୁରୁତରମାନେ ହେଲେ ସୁଜାତା ମୁଣ୍ଡା (୨୫) ଓ ଲକ୍ଷ୍ମୀ ମୁଣ୍ଡା‌ (୨୨)। ଯୋଡ଼ା ବ୍ଲକ୍‌ କାଶିଆ ଗ୍ରାମର ସୁନାମଣି ଝାଡ଼ଖଣ୍ଡରେ ବିବାହ କରିଛନ୍ତି। ତାଙ୍କ ଝିଅ ନାନିକା ବର୍ଷେ ହେଲା ମାମୁଘରେ ରହୁଛି। ନାନିକା ମାଉସୀ ସୁଜାତାଙ୍କ ସହିତ ବିଲକୁ ଯାଇଥିଲେ। ସୁଜାତା ବିଲରେ କାମ କରୁଥିବାବେଳେ ନିକଟରେ ଥିବା ଏକ ଗଛମୂଳରେ ନାନିକା ଖେଳୁଥିଲା। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ନାନିକାଙ୍କର ମୃତ୍ୟୁ ଘଟିଛି। ଗୁରୁତର ଆହତ ହୋଇଥିବା ସୁଜାତା ଓ ଲକ୍ଷ୍ମୀ ଚିକିତ୍ସିତ ହେଉଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking