19.1 C
Bhubaneswar
Friday, November 22, 2024
Homeଅପରାଧଦୁଷ୍କର୍ମର ଶିକାର ହେବ ପରେ ନିଜ ଦେହରେ ନିଆଁ ଲଗାଇ ଜୀବନ ହାରିଲେ ନବମ ଶ୍ରେଣୀ...

ଦୁଷ୍କର୍ମର ଶିକାର ହେବ ପରେ ନିଜ ଦେହରେ ନିଆଁ ଲଗାଇ ଜୀବନ ହାରିଲେ ନବମ ଶ୍ରେଣୀ ଛାତ୍ରୀ

ବରେଲି : ଉତ୍ତର ପ୍ରଦେଶର ବରେଲିରେ ଘଟିଛି ଅଭାବନୀୟ ଘଟଣା। ଭୋଜୀପୁରା ଅଞ୍ଚଳର ଏକ ଗାଁରେ ନବମ ଶ୍ରେଣୀ ଛାତ୍ରୀ ନିଜର ୨ ସହପାଠୀଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଛନ୍ତି। ଏହି ଘଟଣା ପର ପୀଡିତା ଦେହରେ ଡିଜେଲ୍‌ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ନାବାଳିକାର ମୃତ୍ୟୁ ହୋଇଛି। ପୀତିତାଙ୍କ ପିତା କହିଛନ୍ତି ଝିଅ ସହିତ ପଢୁଥିବା ୨ ଜଣ ବାଳକ ଦୁଷ୍କର୍ମ କରିଥିଲେ। ଏହି ଘଟଣାକୁ ବଡ଼ ଝିଅ ଦେଖିଥିଲା। ବଦନାମ ଭୟରେ ପୀଡିତା ନିଜ ଦେହରେ ନିଆଁ ଲଗାଇ ଜୀବନ ହାରିଛି। ଏହି ଘଟଣା ନେଇ ସୂଚନା ମିଳିବା ପରେ ମୁକେଶ ଚନ୍ଦ୍ର ମିଶ୍ରା ସମେତ ଅନ୍ୟ ଅଧିକାରୀ ପହଞ୍ଚି ଥିଲେ। ପୁଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଭୋଜୀପୁରା ଅଞ୍ଚଳର ୧୫ ବର୍ଷୀୟ ଛାତ୍ରୀଙ୍କ ସହିତ ସ୍କୁଲର ୨ ଜଣ ବାଳକ ଦୁଷ୍କର୍ମ କରିଥିଲେ। ପୀଡିତା ଅଗଷ୍ଟ ୨୬ ତାରିଖ ପଡ଼ୋଶୀ ଘରକୁ ଯାଇଥିଲେ। ଏହି ସମୟରେ ଅଭିଯୁକ୍ତ ୨ ବାଳକ ବଳପୂର୍ବକ ନାବାଳିକାକୁ ବିଲ ଆଡ଼କୁ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲେ। ତେବେ ଏହାରି ଭିତରେ ପୀଡିତାର ବଡ଼ ଭଉଣୀ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା। ସେ ସମସ୍ତ ଘଟଣା ଦେଖି ଦେଇଥିଲେ। ପୀଡିତାଙ୍କ ପିତାଙ୍କ କହିବା ଅନୁସାରେ ବଡ଼ଝିଅ ସବୁ ଘଟଣା ସଂପର୍କରେ ଘରେ କହିଥିଲା। ଏହା ପରେ ପରିବାର ଲୋକେ ଅଭିଯୁକ୍ତମାନଙ୍କ ଘରେ ପହଞ୍ଚି ଚେତାବନୀ ଦେଇଥିଲେ। ଏହା ପରେ ପୀଡିତାଙ୍କ ପିତା କୌଣସି କାମରେ ବାହାରକୁ ଚାଲିଯାଇଥିଲେ। ଏହାରି ଭିତରେ ପୀଡିତା ଘରେ ଥିବା ଡିଜେଲ ଦେହରେ ଢାଳି ଆତ୍ମଦାହ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନାବାଳକ ଦ୍ବୟଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking