31.1 C
Bhubaneswar
Friday, February 13, 2026
Homeଅପରାଧମାଲାୟଲାମ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଯୌନ ଉତ୍ପୀଡ଼ନ ଅଭିଯୋଗ

ମାଲାୟଲାମ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଯୌନ ଉତ୍ପୀଡ଼ନ ଅଭିଯୋଗ

ଥିରୁଅନନ୍ତପୁରମ: ମାଲାୟାଲାମ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ମହିଳା କଳାକାରଙ୍କ ପ୍ରତି ହେଉଥିବା ଯୌନ ଉତ୍ପୀଡନ ଜନିତ ଅଭିଯୋଗ ଏବେ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ବିଶେଷ କରି ଜଷ୍ଟିସ୍ ହେମା କମିଟି ରିପୋର୍ଟ କେରଳ ଫିଲ୍ମ ଜଗତର ଏହି ଅନ୍ଧାରୀ ଘଟଣାକୁ ଅବଲୋକନ କରିବା ପରେ ସବୁଆଡୁ ମାଲାୟାଲାମ୍ ଫିଲ୍ମ ଇଣ୍ଡଷ୍ଟ୍ରିକୁ ସମାଲୋଚନା କରାଯାଉଛି । ଏସବୁ ମଧ୍ୟରେ ମାଲୟାଲମ ଚଳଚ୍ଚିତ୍ର କଳାକାର ସଂଘ (ଏଏମ୍‌ଏମ୍‌ଏ) ସଭାପତି ତଥା ସୁପରଷ୍ଟାର ଅଭିନେତା ମୋହନଲାଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସମେତ ସଂଘର ଅନ୍ୟ କର୍ମକର୍ତ୍ତାମାନେ ମଧ୍ୟ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଫଳରେ ସଂଘର କାର୍ଯ୍ୟକାରିଣୀ କମିଟିକୁ ଭଙ୍ଗ କରାଯାଇଛି । ଏଏମ୍‌ଏମ୍‌ଏ ପକ୍ଷରୁ ଏସମ୍ପର୍କରେ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ନୈତିକତା ଦୃଷ୍ଟିରୁ ରାଜ୍ୟ ଫିଲ୍ମ ସଂଘକୁ ଭାଙ୍ଗି ଦିଆଯାଇଛି । ତେବେ ଆସନ୍ତା ଦୁଇ ମାସ ମଧ୍ୟରେ ସଂଘୀୟ ବ୍ୟବସ୍ଥା ଅନ୍ତର୍ଗତ ନିର୍ବାଚନ ପ୍ରକ୍ରିୟା ମାଧ୍ୟମରେ ନୂଆ କର୍ମକର୍ତ୍ତା ଚୟନ କରାଯିବ ଏବଂ ନୂଆ କମିଟି ଗଠନ କରାଯିବ ।
ପ୍ରକାଶ, ୰ ମି ଠୁ’ ଅଭିଯାନ ମାଧ୍ୟମରେ ମାଲୟଲାମ୍ ଚଳଚ୍ଚିତ୍ର ଜଗତ ସହ ଜଡିତ କିଛି ମହିଳା କଳାକାର, ଭେଟେରାନ ଅଭିନେତା ସିଦ୍ଦିକି, ଚଳଚ୍ଚିତ୍ର ନିର୍ମାତା ରଞ୍ଜିତ୍ ବାଳକୃଷ୍ଣନ, ଚଳଚ୍ଚିତ୍ର ନିର୍ମାତା ତଥା ଅଭିନେତା ବାବୁରାଜଙ୍କ ଭଳି ମାଲୟାଲାମ୍ ଫିଲ୍ମ ଜଗତର କିଛି ନାମୀଦାମୀ ଅଭିନେତା ଓ ନିର୍ଦ୍ଦେଶକ ତଥା ପ୍ରଯୋଜକଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଥିଲେ । ବିଶେଷକରି ଗତ ସପ୍ତାହରେ ଜଷ୍ଟିସ୍ ହେମା କମିଟି ରିପୋର୍ଟ ପ୍ରକାଶ ପାଇବା ପରେ ମଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିର ବରିଷ୍ଠ କଳାକାରଙ୍କ ଏସବୁ ଅନୈତିକ କାର୍ଯ୍ୟର ଖୁଲାସା ହୋଇଥିଲା ।
ମାଲୟାଲମ୍ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅନେକ ଅଭିନେତ୍ରୀ କାମ ଯୋଗାଇବା ବଦଳରେ ସେମାନଙ୍କୁ ‘କମ୍ପ୍ରମାଇଜ୍‌\’ କରିବାକୁ କୁହାଯାଉଥିବା ଅଭିଯୋଗ କରିଥିଲେ । ଏହା ପରେ, ୨୦୧୯ରେ ସରକାର ପୁରୁଣା ମାମଲା ଏବଂ ମହିଳା ସୁରକ୍ଷା ସମ୍ବନ୍ଧୀୟ ସମସ୍ତ ବିଷୟ ଉପରେ ଆଲୋଚନା କରି ଜଷ୍ଟିସ୍ ହେମା କମିଟି ଗଠନ କରିଥିଲେ । ଏହି କମିଟି ମଲୟାଲମ ଚଳଚ୍ଚିତ୍ର ଜଗତରେ କାମ କରୁଥିବା ମହିଳାମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡିକ ଉପରେ ଯାଞ୍ଚ ପାଇଁ ଉଦ୍ଦିଷ୍ଟ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking