30.1 C
Bhubaneswar
Tuesday, January 20, 2026
Homeଦେଶ ବିଦେଶବିଜେପିରେ ମିଶିବେ ଚମ୍ପାଇ ସୋରେନ୍‌

ବିଜେପିରେ ମିଶିବେ ଚମ୍ପାଇ ସୋରେନ୍‌

ରାଞ୍ଚି : ବିଜେପିରେ ମିଶିବେ ଚମ୍ପାଇ ସୋରେନ୍‌ । ଶୁକ୍ରବାର ଦିନ ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମ୍‌ଏମ୍‌ ନେତା ଚମ୍ପାଇ ସୋରେନ୍‌ ଭାରତୀୟ ଜନତା ପାର୍ଟି (ବିଜେପି)ରେ ମିଶିବାକୁ ଯାଉଛନ୍ତି। ବିଳମ୍ବିତ ରାତ୍ରିରେ ଏକ ଏକ୍ସ ପୋଷ୍ଟ୍‌ ଜରିଆରେ ହିମନ୍ତ ବିଶ୍ବ ଶର୍ମା ସୂଚନା ଦେଇଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ତାଙ୍କ ପୋଷ୍ଟ୍‌ରେ ଚମ୍ପାଇ ସୋରେନ୍‌ଙ୍କୁ ଜଣେ ବିଶିଷ୍ଟ ଆଦିବାସୀ ନେତା ବୋଲି ସମ୍ବୋଧନ କରିଛନ୍ତି। ଗତ ସପ୍ତାହ‌ରେ ୬୭ ବର୍ଷୀୟ ନେତା ଚମ୍ପାଇ ସୋରେନ୍‌ ଜେଲ୍‌ରୁ ବାହାରିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଯାହା ପରେ ମୁଖ୍ୟମନ୍ତ୍ରୀ ହେବା ପାଇଁ ହେମନ୍ତ ସୋରେନ୍‌ଙ୍କ ବାଟ ସଫା ହୋଇ ଯାଇଥିଲା। ସୋରେନ୍‌ ଇସ୍ତଫା ଦେବା ସହ କହିଥିଲେ ଯେ ସେ ଯଦି କିଛି ଦିନ ଅଧିକ ରହିଥାନ୍ତେ ତ ରାଜ୍ୟ ପାଇଁ ଆହୁରି ଅଧିକ ବିକାଶ କରିଥାନ୍ତେ। ଏହା ସହ ଆହୁରି ବି କହିଥିଲେ ଯେ ସେ ରାଜନୀତି କେବେ ବି ଛାଡ଼ିବେ ନାହିଁ। କାରଣ ଅନ୍ୟ ରାଜନୈତିକ ଦଳ ସର୍ବଦା ତାଙ୍କ ପାଇଁ ଖୋଲା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking