30.1 C
Bhubaneswar
Tuesday, January 20, 2026
Homeଓଡିଶାମରୁଛି ଭାଇ-କାନ୍ଦୁଛି ସୁଭଦ୍ରା ଭଉଣୀ; ସୁଧୁରୁନି ଦାଦନ ସମସ୍ୟା,ସରୁନି ଦାଦନ ଦୁଃଖ

ମରୁଛି ଭାଇ-କାନ୍ଦୁଛି ସୁଭଦ୍ରା ଭଉଣୀ; ସୁଧୁରୁନି ଦାଦନ ସମସ୍ୟା,ସରୁନି ଦାଦନ ଦୁଃଖ

ମୟୂରଭଞ୍ଜ : ପୁଣି ଏକ ଦାଦନ ଦୁଃଖ, ପେଟପାଟଣା ପାଇଁ ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଛି ପୁଣି ଜଣେ ଓଡ଼ିଆ ଦାଦନ ଶ୍ରମିକ। ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅନ୍ତର୍ଗତ ଚଢେଇଗାଁ ପଞ୍ଚାୟତ ଅଧୀନ ଗାଣ ଗାଁର ଦାଦନ ଶ୍ରମିକ ପାଲଟନ ବେଶ୍ରାଙ୍କ ତାମିଲନାଡୁରେ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ଗତ ଦୁଇ ବର୍ଷ ହେବ ଗାଣ ଗାଁର ପାଲଟନ ବେଶ୍ରା ସୁଦୂର ତାମିଲନାଡୁ ରାଜ୍ୟର ତ୍ରିପୁର ଅଞ୍ଚଳରେ ଲଷ୍ମୀ ଗଣପତି ଟେକ୍ସଟାଇଲ ନାମକ ଏକ ଘରୋଇ କମ୍ପାନୀରେ ଦାଦନ ଶ୍ରମିକ ଭାବରେ କାମ କରୁଥିଲେ। ହଠାତ କଣ ହେଲା କେଜାଣି ପାଲଟନ ଅସୁସ୍ଥ ହୋଇ ଯାଇଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ପାଲଟନଙ୍କ ମୃତ୍ୟୁ ପରେ କମ୍ପାନୀ କର୍ତ୍ତୃପକ୍ଷ ପାଲଟନଙ୍କ ପାରିବାକୁ ଟଙ୍କାଟିଏ ବି ଦେଇନଥିବା ଅଭିଯୋଗ ହୋଇଛି ଏବଂ ଶବକୁ ଭିଟାମାଟିକୁ ଆଣିବା ପାଇଁ ଆମ୍ବୁଲାନ୍ସଟିଏ ମଧ୍ୟ ଯୋଗାଇ ଦେଇନାହିଁ। ତେବେ ଉକ୍ତ କମ୍ପାନୀରେ କାର୍ଯ୍ୟରତ ଉକ୍ତ ଗାଁର ଅନ୍ୟ ଯୁବକମାନେ ନିଜ ନିଜ ମଧ୍ୟରେ ଟଙ୍କା ଉଠାଇ ଆମ୍ବୁଲାନ୍ସ ଯୋଗେ ଭିଟାମାଟିକୁ ପଲଟନଙ୍କ ଶବକୁ ନେଇ ଆସିଥିଲେ।ତେବେ ପୋଲଟନଙ୍କ ମୃତ୍ୟୁକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ପୋଲଟନଙ୍କ ମୃତ୍ୟୁ କିପରି ହେଲା କେଉଁ ଅବସ୍ଥାରେ ହେଲା କାର୍ଯ୍ୟରତ ଉକ୍ତ ଗାଁ ପିଲାମାନେ ଜାଣି ପାରିଲେନି କିପରି ତାକୁ ନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ। ଅନ୍ୟପଟେ ପୋଲଟନଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଓ ପୋଲଟନ ହିଁ ରୋଜଗାର ଏକ ମାତ୍ର ମାଧ୍ୟମ ଥିଲେ। ପୋଲଟନଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି ଓ ଓଡିଶା ସରକାରଙ୍କ ଠାରେ 10ଲକ୍ଷ ଟଙ୍କାର କ୍ଷତି ପୂରଣ ପାଇଁ ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking