30.1 C
Bhubaneswar
Friday, February 13, 2026
Homeଅପରାଧକୁକୁଡ଼ା ଫାର୍ମ ମାଲିକଙ୍କୁ ଗୁଳି କରି ହତ୍ୟା

କୁକୁଡ଼ା ଫାର୍ମ ମାଲିକଙ୍କୁ ଗୁଳି କରି ହତ୍ୟା

ଝାରସୁଗୁଡ଼ା : କୁକୁଡ଼ା ଫାର୍ମ ମାଲିକଙ୍କୁ ଗୁଳି କରି ହତ୍ୟା । ସଦର ଥାନା ଅନ୍ତର୍ଗତ ବେହେରାପାଟରେ ଘଟିଛି ଏଭଳି ଘଟଣା । ବ୍ୟବସାୟିକ କାରଣକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ କରାଯାଇଥିବା ସୂଚନା ମିଳିଛି । ମୃତକ ହେଲେ ଝାରସୁଗୁଡ଼ା ଥାନା ଅନ୍ତର୍ଗତ ମଙ୍ଗଳ ବଜାରର ଏମଡି ଶାହାଜାହାନ ଖାଁ। ତେବେ ମୃତକ ଶାହାଜାହାନଙ୍କ ଶବକୁ ଝାରସୁଗୁଡ଼ା – ସମ୍ବଲପୁର ସୀମାନ୍ତ ରଂପେଲା ସେତୁରୁ ତଳକୁ ଫିଙ୍ଗି ଦିଆ ଯାଇଥିବା ନେଇ ଜଣା ପଡ଼ିବା ପରେ ପୁଲିସ ପକ୍ଷରୁ ପାଣିରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ସେପଟେ ଗୁଳିକାଣ୍ଡ ହୋଇଥିବା ସ୍ଥାନରେ ଏସପି ସ୍ମିତ୍ ପି ପର୍ମାର ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସାଇଣ୍ଟୀଫିକ ଟିମ୍ ଓ ଡଗ ସ୍କୁଆଡ ଟିମ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ପୁଲିସ ଜଣେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking