19.1 C
Bhubaneswar
Wednesday, February 11, 2026
Homeଅପରାଧଜେଲ ଭିତରେ ଅଭିଯୁକ୍ତଙ୍କ ମଉଜ ; ଜେଲରଙ୍କ ସମେତ ୭ ନିଲମ୍ବିତ

ଜେଲ ଭିତରେ ଅଭିଯୁକ୍ତଙ୍କ ମଉଜ ; ଜେଲରଙ୍କ ସମେତ ୭ ନିଲମ୍ବିତ

ବେଙ୍ଗାଲୁରୁ : ଜେଲ ଭିତରେ ଅଭିଯୁକ୍ତଙ୍କ ମଉଜ । ରେଣୁକାସ୍ବାମୀ ହତ୍ୟା ମାମଲାରେ ବେଙ୍ଗାଲୁରୁ ଜେଲରେ ଲୋକପ୍ରିୟ କନ୍ନଡ ଚଳଚ୍ଚିତ୍ର ଅଭିନେତା ଦର୍ଶନ । ଏବେ ତାଙ୍କର ଏକ ଫଟୋ ଭାଇରାଲ ହୋଇଥିଲା ଯେଉଁଥିରେ ସେ ଜେଲ ପରିସରରେ ବସି ସିଗାରେଟ ଟାଣିବା ସହ କିଛି ଲୋକଙ୍କ ସହିତ ଚା ପିଉଥିବାର ନଜର ଆସିଥିଲେ। ଜେଲ ଭିତରେ ଦର୍ଶନଙ୍କୁ ଭିଆଇପି ଟ୍ରିଟମେଣ୍ଟ ଦିଆଯିବା ଘଟଣା ଅଭିଯୋଗରେ ଗୃହମନ୍ତ୍ରୀ ୨ ଜଣ ଜେଲରଙ୍କ ସମେତ ୭ ଜଣ ଜେଲ୍ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି। ବେଙ୍ଗାଲୁରୁ ସେଣ୍ଟ୍ରାଲ ଜେଲରେ ଥିବା ଦର୍ଶନ ତାଙ୍କ ମ୍ୟାନେଜର ଏବଂ କିଛି ଅପରାଧୀଙ୍କ ସହ ଖୋଲା ସ୍ଥାନରେ ବସି ଚା ଏବଂ ସିଗାରେଟ ଟାଣୁଥିବାର ଦେଖାଯାଇଛି। ଏହି ଫଟୋଗୁଡ଼ିକ ସାମ୍ନାକୁ ଆସିବା ପରେ ହଇଚଇ ଆରମ୍ଭ ହୋଇଯାଇଥିଲା। ଗୃହମନ୍ତ୍ରୀ ଜି ପରମେଶ୍ୱର, ଡିଜି ଜେଲ ମଲିନୀ କୃଷ୍ଣମୂର୍ତ୍ତିଙ୍କୁ ଏହି ଘଟଣାର ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଇଜି ଜେଲ ଆନନ୍ଦ ରେଡ୍ଡୀ ଏହି ମାମଲାର ଅନୁସନ୍ଧାନ କରିବା ପରେ ତାଙ୍କ ପ୍ରାଥମିକ ରିପୋର୍ଟରେ କହିଛନ୍ତି ଯେ ଜେଲ ନିୟମକୁ ଅଣଦେଖା କରିବା ଏବଂ ଦର୍ଶନଙ୍କ ପରି ଅଣ୍ଡର-ଟ୍ରାଏଲ କଏଦୀମାନଙ୍କୁ ମୁକ୍ତ କରିବା ଏବଂ ଅନ୍ୟ ମାମଲାରେ ଜେଲଦଣ୍ଡ ଭୋଗୁଥିବା କଏଦୀଙ୍କୁ ଜେଲରେ ଭିଆଇପି ଟ୍ରିଟମେଣ୍ଟ ଦିଆଯାଉଛି। ତେବେ ଏହି ଘଟଣାରେ ଦୁଇ ଜଣ ଜେଲର, ଦୁଇ ଆସିଷ୍ଟାଣ୍ଟ ଜେଲର, ଦୁଇ ୱାର୍ଡେନ ଏବଂ ଜଣେ ଆସିଷ୍ଟାଣ୍ଟ ୱାର୍ଡେନଙ୍କୁ ନିଲମ୍ବିତ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking