19.1 C
Bhubaneswar
Wednesday, February 11, 2026
Homeଓଡିଶାସାର୍ବଜନୀନ ହେବ ତଦନ୍ତ କମିଶନ ରିପୋର୍ଟ : ପୃଥ୍ୱୀରାଜ

ସାର୍ବଜନୀନ ହେବ ତଦନ୍ତ କମିଶନ ରିପୋର୍ଟ : ପୃଥ୍ୱୀରାଜ

ଭୁବନେଶ୍ୱର : ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକୁ ନେଇ ଆଇନ ମନ୍ତ୍ରୀଙ୍କ ବଡ ବୟାନ । ଖୁବଶୀଘ୍ର ସାର୍ବଜନୀନ ହେବ ତଦନ୍ତ କମିଶନ ରପୋର୍ଟ । ଏ ନେଇ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ । ଆଗାମୀ ଦିନରେ ସରକାର କ’ଣ କରିବେ ନିଷ୍ପତ୍ତି ହେବ । କମିଶନ ରିପୋର୍ଟ ଓ ଅନ୍ୟାନ୍ୟ ଦିଗ ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡକୁ ୧୬ ବର୍ଷ ପୁରିଛି । ଜନ୍ମାଷ୍ଟମୀ ପାଳନବେଳେ କନ୍ଧମାଳ ଜିଲ୍ଲା ଜଲେଶପଟ୍ଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଏବଂ ତାଙ୍କର ୪ ସହଯୋଗୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ୨୦୦୮ ମସିହା ଅଗଷ୍ଟ ୨୩ ତାରିଖ ଜନ୍ମାଷ୍ଟମୀରେ ଏହି ହତ୍ୟାକାଣ୍ଡ ହୋଇଥିଲା । ହତ୍ୟା ପଛର କାରଣ ଏବେବି ରହସ୍ୟ ଘେରରେ ରହିଛି । ପୂର୍ବ ବିଜେଡ଼ି ସରକାର ଏଥିପାଇଁ ସେତିକି ଇଚ୍ଛାଶକ୍ତି ପ୍ରକାଶ କରି ନାହାଁନ୍ତି । ତେବେ ନୂତନ ବିଜେପି ସରକାର ଏହି ହତ୍ୟାକାଣ୍ଡର ପୁନଃ ତଦନ୍ତ କରିବ ବୋଲି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନିକଟରେ ଏକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking