27.1 C
Bhubaneswar
Thursday, May 7, 2026
Homeଦେଶ ବିଦେଶପରିବାରବାଦ ପ୍ରତିଭାକୁ ଦମନ କରେ: ମୋଦୀ

ପରିବାରବାଦ ପ୍ରତିଭାକୁ ଦମନ କରେ: ମୋଦୀ

ନୂଆଦିଲ୍ଲୀ: ଦେଶବାସୀଙ୍କୁ ମନର କଥା କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ମନ କି ବାତ୍‌ର ୧୧୩ତମ ସଂସ୍କରଣରେ ମୋଦୀ ଅନ୍ତରୀକ୍ଷ ବୈଜ୍ଞାନିକଙ୍କ ସହ କଥା ହୋଇଛନ୍ତି ଏବଂ ତାଙ୍କ କଥା କହିଛନ୍ତି। ଅଗଷ୍ଟ ୨୩ ତାରିଖରେ ଦେଶ ପ୍ରଥମ ମହାକାଶ ଦିବସ ମହାକାଶ ଦିବସ ପାଳନ କରିବା ଅବସରରେ ମୋଦୀ ଚନ୍ଦ୍ରଯାନ-୩ ର ସଫଳତା ସମ୍ପର୍କରେ କହିଛନ୍ତି। ମୋଦୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମର ସିଧା ପ୍ରସାରଣକୁ ଆଜି ଦେଶବ୍ୟାପୀ କେନ୍ଦ୍ରମନ୍ତ୍ରୀ, ସାଂସଦ, ନେତା ଓ ବୁଦ୍ଧିଜୀବୀ ମାନେ ଶୁଣିଥିଲେ। ତେବେ ଆଜିର ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଅନ୍ତରୀକ୍ଷ କ୍ଷେତ୍ରରେ ସଂସ୍କାର ଦ୍ଵାରା ଯୁବକଙ୍କୁ ଫାଇଦା ମିଳିଛି। ଏହାଦ୍ଵାରା ବିକଶିତ ଭାରତର ମୂଳଦୁଆ ମଜବୁତ୍ ହେଉଛି। ବର୍ତ୍ତମାନର ଯୁବକ ମାନେ ରାଜନୀତିକୁ ଆସିବାକୁ ଆଗ୍ରହୀ ଅଛନ୍ତି। କେବଳ ସେମାନଙ୍କୁ ସଠିକ୍ ମାର୍ଗଦର୍ଶନର ଆବଶ୍ୟକତା ରହିଛି। ପରିବାରବାଦ ରାଜନୀତି ଏଭଳି ପ୍ରତିଭାକୁ ଦମନ କରିଥାଏ। ରାଜନୀତି ପୃଷ୍ଠଭୂମି ନଥିବା ଯୁବକମାନେ ରାଜନୀତିକୁ ଆସନ୍ତୁ । ହର ଘର ତ୍ରିରଙ୍ଗା ଅଭିଯାନ ଦେଶକୁ ଗୋଟିଏ ସୂତ୍ରରେ ବାନ୍ଧିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking