27.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶ୧୧ ଲକ୍ଷ ନୂଆ ଲକ୍ଷପତି ଦିଦିଙ୍କୁ ମିଳିବ ପ୍ରମାଣପତ୍ର

୧୧ ଲକ୍ଷ ନୂଆ ଲକ୍ଷପତି ଦିଦିଙ୍କୁ ମିଳିବ ପ୍ରମାଣପତ୍ର

ନୂଆଦିଲ୍ଲୀ: ଆଜି  ୧୧ ଲକ୍ଷ ନୂଆ ଲକ୍ଷପତି ଦିଦିଙ୍କୁ କେନ୍ଦ୍ର ସରକାର ପ୍ରମାଣପତ୍ର ଦେବେ। ମହାରାଷ୍ଟ୍ରର ଜାଲଗାଓଁ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହେବା ପୂର୍ବକ ଏହି ପ୍ରମାଣପତ୍ର ହସ୍ତାନ୍ତର କରିବା ସହ ସେମାନଙ୍କୁ ସମ୍ବର୍ଦ୍ଧିତ କରିବେ। ଦେଶର ପ୍ରାୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୩୦ହଜାର ସ୍ଥାନରୁ ଲକ୍ଷପତି ଦିଦିମାନେ ଭର୍ଚ୍ଚୁଆଲ ମୋଡ୍‌ରେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଭାବବିନିମୟ କରିବାର ସୁଯୋଗ ପାଇବେ।

ସେହିପରି ପ୍ରଧାନମନ୍ତ୍ରୀ ମୋଦୀ, ଆସନ୍ତାକାଲି ସ୍ୱୟଂ ସହାୟତା ଗୋଷ୍ଠୀ (ଏସ୍‌ଏଚ୍‌ଜି)ଗୁଡ଼ିକ ପାଇଁ ୨୫୦୦ କୋଟି ଟଙ୍କାର ପ୍ୟାକେଜ୍ ମଧ୍ୟ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି। ଏହା ଦ୍ୱାରା ୪.୩ ଲକ୍ଷ ଏସ୍‌ଏଚ୍‌ଜିର ୪୮ ଲକ୍ଷ ସଦସ୍ୟ ଉପକୃତ ହେବେ। ଏତଦ୍‌ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ୫୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ମଧ୍ୟ ପ୍ରଦାନ କରିବେ। ଏହି ଋଣ ଦ୍ୱାରା ୨.୩୫ ଲକ୍ଷ ଏସ୍‌ଏଚ୍‌ଜିର ୨୫.୮ ଲକ୍ଷ ସଦସ୍ୟ ଉପକୃତ ହେବେ ବୋଲି କୁହାଯାଉଛି। ପ୍ରକାଶ କେନ୍ଦ୍ର ସରକାରଙ୍କ ‘ଲକ୍ଷପତି ଦିଦି’ ଯୋଜନା ଆରମ୍ଭ ହେବା ପରଠାରୁ ଏଯାବତ୍ ଦେଶରେ ୧ କୋଟି ମହିଳା ‘ଲକ୍ଷପତି ଦିଦି’ ହୋଇସାରିଲେଣି। ସରକାର ଆଗାମୀ ୩ ବର୍ଷରେ ୩ କୋଟି ‘ଲକ୍ଷପତି ଦିଦି’ ତିଆରି କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ମହିଳା ସଶକ୍ତୀକରଣ କ୍ଷେତ୍ରରେ ଏହା ବଳିଷ୍ଠ ପଦକ୍ଷେପ ହେବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking