21.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶଅନିଲ ଅମ୍ବାନିଙ୍କ ଉପରେ ୨୫ କୋଟି ଟଙ୍କାର ଜରିମାନା

ଅନିଲ ଅମ୍ବାନିଙ୍କ ଉପରେ ୨୫ କୋଟି ଟଙ୍କାର ଜରିମାନା

ମୁମ୍ବାଇ : ଉଦ୍ୟୋଗପତି ଅନିଲ ଅମ୍ବାନିଙ୍କ ସମେତ ଅନ୍ୟ ୨୪ଟି ସଂସ୍ଥା ବିରୋଧରେ ପୁଞ୍ଜିବଜାର ନିୟାମକ ସେବି ଆଜି ଦୃଷ୍ଟାନ୍ତମୂଳକ ଭାବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅନିଲ ଅମ୍ବାନିଙ୍କ ଉପରେ ୨୫ କୋଟି ଟଙ୍କାର ଜରିମାନା ଲଗାଇଛି। ଏଥିସହିତ ୫ ବର୍ଷ ପାଇଁ ତାଙ୍କୁ ସେୟାର ବଜାର (ଇକ୍ବିଟି ମାର୍କେଟ)ରୁ ନିଷିଦ୍ଧ କରିଛି। କେବଳ ସେତିକି ନୁହେଁ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିବା ଅଧିକାରୀଙ୍କ ମଧ୍ୟରେ ଅନିଲଙ୍କ ରିଲାଏନ୍ସ ହୋମ ଫାଇନାନ୍ସ ଲିମିଟେଡର କେତେଜଣ ପୂର୍ବତନ ଘନିଷ୍ଠ ‌ସହଯୋଗୀ ରହିଛନ୍ତି। କମ୍ପାନିର ପାଣ୍ଠି ବେଆଇନ ଭାବେ ଅନ୍ୟତ୍ର ସ୍ଥାନାନ୍ତର କରିଥିବାରୁ ସେବି ଏହି ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ଅନିଲ ଅମ୍ବାନି କୌଣସି ତାଲିକାଭୁକ୍ତ କମ୍ପାନି କିମ୍ବା ପଞ୍ଜୀକୃତ କୌଣସି ମଧ୍ୟସ୍ଥ ସଂସ୍ଥାର ପ୍ରମୁଖ ପରିଚାଳନା ପଦବି କିମ୍ବା ନିର୍ଦ୍ଦେଶକ ପଦବିରେ କାମ କରିପାରିବେ ନାହିଁ। ରିଲାଏନ୍ସ ହୋମ୍‌ ଫାଇନାନ୍ସକୁ ମଧ୍ୟ ସେବି ସିକ୍ୟୁରିଟି ମାର୍କେଟରେ ୬ ମାସ ପାଇଁ ନିଷେଧ କରିଛି। ଏଥିସହ ଏହି ସଂସ୍ଥା ଉପରେ ୬ ଲକ୍ଷ ଟଙ୍କାର ଜରିମାନା ଲଗାଇଛି। ୨୨୨ ପୃଷ୍ଠା ବିଶିଷ୍ଟ ଚୂଡ଼ାନ୍ତ ଆଦେଶନାମାରେ ସେବି କହିଛି ଯେ ଅନିଲ ଅମ୍ବାନି ରିଲାଏନ୍ସ ହୋମ୍‌ ଫାଇନାନ୍ସ ଲିମିଟେଡର ପ୍ରମୁଖ ପରିଚାଳନା ପଦ‌ବିରେ ଥିବା ଅଧିକାରୀମାନଙ୍କ ଜରିଆରେ ଏକ ଜାଲ୍‌ ସ୍କିମ କରିଥିଲେ। ତେବେ ଏସବୁ ଚାଲ୍‌ବାଜି ପଛର ନାୟକ ଥିଲେ ଅନିଲ ଅମ୍ବାନି। ଏହି ଯୋଜନା ଜରିଆରେ ଋଣ ପାଇବାକୁ ଅଯୋଗ୍ୟ ବ୍ୟକ୍ତିଙ୍କୁ ଋଣ ଦିଆଯାଇଥିଲା। ତେବେ ଯେଉଁମାନଙ୍କୁ ବା ଯେଉଁସବୁ ସଂସ୍ଥାକୁ ଋଣ ଦିଆଯାଇଥିଲା ସେମାନଙ୍କର ସଂପର୍କ ଅନିଲ ଅମ୍ବାନିଙ୍କ ସହ ଜଡ଼ିତ ସଂସ୍ଥା ସହ ରହିଥିଲା।ଏହାବ୍ୟତୀତ ରିଲାଏନ୍ସ ୟୁନିକର୍ଣ୍ଣ ଏଣ୍ଟରପ୍ରାଇଜେସ, ରିଲାଏନ୍ସ ଏକ୍ସଚେଞ୍ଜ ନେକ୍ସଟ ଲିମିଟେଡ, ରିଲାଏନ୍ସ କମର୍ସିଆଲ ଫାଇନାନ୍ସ ଲିମିଟେଡ, ରିଲାଏନ୍ସ କ୍ଲିନଜେନ ଲିମିଟେଡ, ରିଲାଏନ୍ସ ବିଜନେସ୍‌ ବ୍ରଡକାଷ୍ଟ ନ୍ୟୁଜ୍‌ ହୋଲଡିଂ ଲିମିଟେଡ ଓ ରିଲାଏନ୍ସ ବିଗ୍‌ ଏଣ୍ଟରଟେନମେଣ୍ଟ୍‌ ପ୍ରାଇଭେଟ୍‌ ଲିମିଟେଡ ଉପରେ ୨୫ କୋଟି ଲେଖାଏଁ ଜରିମାନା ଲଗାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking