26.1 C
Bhubaneswar
Wednesday, February 4, 2026
Homeଓଡିଶାଡେଙ୍ଗୁ : ଆଖି ବୁଜିଲେ ମହିଳା

ଡେଙ୍ଗୁ : ଆଖି ବୁଜିଲେ ମହିଳା

କୋରାପୁଟ : କୋରାପୁଟ ଜିଲ୍ଲାର ନାରାୟଣପାଟଣାରେ ଡେଙ୍ଗୁ ଭୟାବହ ରୂପ ନେବାରେ ଲାଗିଛି। ଡେଙ୍ଗୁରେ ଆକ୍ରାନ୍ତ ବାଉରୀ ସାହିର ଏ. ସରସ୍ବତୀ (୪୮)ଙ୍କ ଗୁରୁବାର ମୃତ୍ୟୁ ହୋଇଛି। ନ୍ୟୁ କଲୋନି ପ୍ରଥମ, ଦ୍ବିତୀୟ ଓ ତୃତୀୟ ଲାଇନ୍‌ର ବହୁ ପରିବାର ଡେଙ୍ଗୁରେ ଆକ୍ରାନ୍ତ ହୋଇ ଘରୋଇ କ୍ଲିନିକ୍‌ରେ ଚିକିତ୍ସିତ ହେଉଛନ୍ତି। ଗତ କିଛି ଦିନ ମଧ୍ୟରେ ନାରାୟଣପାଟଣାର ୩୫ରୁ ଊର୍ଦ୍ଧ୍ବ ଜଣ ଡେଙ୍ଗୁରେ ଆକ୍ରାନ୍ତ ହେଲେଣି। ସରକାରୀ ଭାବେ ଏ ନେଇ ସ୍ପଷ୍ଟ ହୋଇନଥିଲେ ମଧ୍ୟ ସରସ୍ବତୀଙ୍କ ମୃତ୍ୟୁ ପରେ ସ୍ବାସ୍ଥ୍ୟ ବିଭାଗ ଟିମ୍‌ ଘରକୁଘର ବୁଲି ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା କରୁଛନ୍ତି। ଦୁଇ ଦିନ ସରସ୍ବତୀ ଜ୍ବରରେ ପୀଡ଼ିତ ହେବା ପରେ ସ୍ଥାନୀୟ ଡାକ୍ତରଖାନାରେ ରକ୍ତ ପରୀକ୍ଷା କରି ଔଷଧ ଖାଇଥିଲେ। ଅବସ୍ଥା ଗମ୍ଭୀର ହେବାରୁ ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସ୍ବାସ୍ଥ୍ୟବସ୍ଥାରେ ପରିବର୍ତ୍ତନ ନ ଆସିବାରୁ ପରିବାର ଲୋକେ ଆନ୍ଧ୍ରର ପା‌ର୍ବତୀପୁରମ୍‌ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ରକ୍ତ ନମୁନା ପରୀକ୍ଷା ପରେ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହୋଇଥ‌ିଲା। ହଠାତ୍‌ ପ୍ଲେଟଲେଟ୍‌ କମିଯିବାରୁ ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ସରସ୍ବତୀଙ୍କ ମୃତ୍ୟୁ ହୋଇଛି। ଶୁକ୍ରବାର ସକାଳେ ମୃତଦେହ ଆମ୍ବୁଲାନ୍ସରେ ଅଣାଯିବା ପରେ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking