18.1 C
Bhubaneswar
Wednesday, February 4, 2026
Homeଓଡିଶାଯାଜପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ମହିଳା ଡାକ୍ତର ଓ ନର୍ସିଂଷ୍ଟାଫ୍‌ଙ୍କ ପ୍ରତିବାଦ ଶୋଭାଯାତ୍ରା

ଯାଜପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ମହିଳା ଡାକ୍ତର ଓ ନର୍ସିଂଷ୍ଟାଫ୍‌ଙ୍କ ପ୍ରତିବାଦ ଶୋଭାଯାତ୍ରା

ଯାଜପୁର : କୋଲକାତାର ଆର.ଜି କର ମେଡ଼ିକାଲ କଲେଜର ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ସମଗ୍ର ରାଜ୍ୟରେ ପ୍ରତିବାଦ କରାଯାଉଛି। ଯାଜପୁର ଯଯାତିକେଶରୀ ମେଡ଼ିକାଲ କଲେଜ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ମହିଳା ଡାକ୍ତର, ନର୍ସିଂଷ୍ଟାଫ୍ ଓ କର୍ମଚାରୀମାନେ ମୋବାଇଲ ଟର୍ଚ ଓ କ୍ୟାଣ୍ଡେଲ ଜାଳି ପ୍ରତିବାଦ ଶୋଭାଯାତ୍ରା କରି ସହର ପରିକ୍ରମା କରିଛନ୍ତି। ଯାଜପୁର ମୁଖ୍ୟ ଚିକିତ୍ସାଳୟରୁ ଏହି ପ୍ରତିବାଦ ଶୋଭାଯାତ୍ରା ବାହାରି ସହରର ଗରିଆପୁର, ବଡ଼ବଜାର, ହରପାର୍ବତୀ ଛକ, ମାର୍କେଟ ଛକ, ହାବେଳି ବଜାର, ଗାନ୍ଧି ଛକ ଦେଇ ସହର ପରିକ୍ରମା କରି ଡାକ୍ତର ମୌମିତା ଦେବନାଥଙ୍କୁ ନ୍ୟାୟ ଏବଂ ସ୍ୱତନ୍ତ୍ର ସୁରକ୍ଷା ଆଇନ ଆଣିବା ଦାବିରେ ପ୍ରତିବାଦ କରିଥିଲେ। ଏହି ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାକାରୀ ଡା. ଶିବାଶିଷ ମହାରଣା, ଡା. ପ୍ରିୟା ଜେନା, ନର୍ସିଂ ଅଫିସର ମମତା ମହାନ୍ତି, ତୃପ୍ତିମୟୀ ପାତ୍ର, ରଞ୍ଜନ ବଳବନ୍ତ ରାୟଙ୍କ ସମେତ ଶତାଧିକ ନର୍ସିଂ କର୍ମଚାରୀ ସାମିଲ ହୋଇଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking