26.1 C
Bhubaneswar
Monday, March 23, 2026
Homeଓଡିଶାଯକୃତରେ ଗୁରୁତର ସମସ୍ୟା ଥିବା ରୋଗୀଙ୍କୁ ସଫଳ ପ୍ଲାଜ୍‌ମା ଏକ୍ସଚେଞ୍ଜ ଦ୍ୱାରା ସୁସ୍ଥ କଲେ ସମ୍ମମ୍...

ଯକୃତରେ ଗୁରୁତର ସମସ୍ୟା ଥିବା ରୋଗୀଙ୍କୁ ସଫଳ ପ୍ଲାଜ୍‌ମା ଏକ୍ସଚେଞ୍ଜ ଦ୍ୱାରା ସୁସ୍ଥ କଲେ ସମ୍ମମ୍ ଡାକ୍ତର

ଭୁବନେଶ୍ୱର, : ଗୁରୁତର ଯକୃତ ଜନିତ ସମସ୍ୟା (ଲିଭର ଫେଲ୍ୟୁଅର)ରେ ପୀଡିତ ଥିବା ପଶ୍ଚିମବଙ୍ଗର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ସଫଳତାର ସହ ପ୍ଲାଜ୍‌ମା ଏକ୍ସଚେଞ୍ଜ ମାଧ୍ୟମରେ ସୁସ୍ଥ କରିଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର ଡାକ୍ତର ।
ହସ୍ପିଟାଲ୍‌ରେ ଭର୍ତି ହେବା ସମୟରେ ଯୁବତୀ ଜଣଙ୍କ ଜ୍ୱର ଏବଂ ଜଣ୍ଡିସ୍‌ରେ ପୀଡ଼ିତ ହେବା ସହ ତାଙ୍କ ଶରୀରରେ ଯକୃତର ଗୁରୁତର ସମସ୍ୟା ଓ ଅଲ୍ଟର୍ଡ ସେନ୍‌ସୋରିୟମ୍ ଭଳି ଲକ୍ଷଣ ଦେଖିବାକୁ ମିଳିଥିଲା ବୋଲି ସମ୍ମମ୍‌ର ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ବିଭାଗର କନ୍‌ସଲଟାଂଟ ଡାକ୍ତର ଗଦାଧର ପଣ୍ଡା କହିଛନ୍ତି ।
ପରୀକ୍ଷା ନିରୀକ୍ଷା ପରେ ବାହ୍ୟ ସଂକ୍ରମଣ ଯୋଗୁଁ ତାଙ୍କର ଗୁରୁତର ଯକୃତ ସମସ୍ୟା ଅଥବା ଲିଭର ଫେଲ୍ୟୁଅର୍ ହୋଇଥିବାର ଜଣାପଡ଼ିଥିଲା । ଏଭଳି ସମସ୍ୟାରେ ପୀଡ଼ିତ ଥିବା ରୋଗୀଙ୍କ କ୍ଷେତ୍ରରେ ମୃତ୍ୟୁର ସମ୍ଭାବନା ୯୦ ପ୍ରତିଶତ ରହିଥିବା ବେଳେ ଚିକିତ୍ସା ପାଇଁ ଯକୃତ ପ୍ରତ୍ୟାରୋପଣ ହିଁ ସବୁଠାରୁ ବଡ଼ ମାଧ୍ୟମ ବୋଲି କହିଛନ୍ତି ହସ୍ପିଟାଲ୍‌ର କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ମୁଖ୍ୟ ଡାକ୍ତର ବାନାମ୍ବର ରାୟ ।
ତେବେ ଏହି ଯୁବତୀ ଜଣଙ୍କ କ୍ଷେତ୍ରରେ ଯକୃତ ପ୍ରତ୍ୟାରୋପଣ ସମ୍ଭବ ହୋଇପାରି ନଥିବାରୁ ତାଙ୍କ ଶରୀରରେ ପ୍ଲାଜ୍‌ମା ଏକ୍ସଚେଞ୍ଜ ଅର୍ଥାତ୍ ଲିଭର ଡାଇଲିସିସ୍ କରାଯିବାର ନିଷ୍ପତି ନିଆଯାଇଥିଲା । ତାଙ୍କ ପରିବାରବର୍ଗଙ୍କୁ ଏହି ଚିକିତ୍ସା ପଦ୍ଧତିର ଜଟିଳତା ଓ ଉପକାରିତା ସମ୍ପର୍କରେ ସବିଶେଷ ବୁଝାଇବା ପରେ ପ୍ଲାଜ୍‌ମା ଏକ୍ସଚେଞ୍ଜର ନିଷ୍ପତି ନିଆଯାଇଥିଲା ।
ରୋଗୀ ଜଣଙ୍କୁ ପ୍ଲାଜ୍‌ମା ଏକ୍ସଚେଞ୍ଜର ୩ଟି ପର୍ଯ୍ୟାୟରେ ଚିକିତ୍ସା କରାଯିବା ପରେ ସେ ଧୀରେଧୀରେ ସୁସ୍ଥ ହୋଇଥିଲେ ଏବଂ ତାଙ୍କ ଯକୃତ ମଧ୍ୟ ଉନ୍ନତ ଭାବେ କାର୍ଯ୍ୟ କରିଥିଲା । ସୁସ୍ଥ ହେବା ପରେ ତାଙ୍କୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଥିଲା ବୋଲି ଡାକ୍ତର ପଣ୍ଡା କହିଛନ୍ତି ।
କେବଳ ସମ୍ ଅଲ୍ଟିମେଟ ନୁହେଁ ରାଜ୍ୟର ଅନେକ ରୋଗୀ ଯେଉଁମାନଙ୍କ କ୍ଷେତ୍ରରେ ଯକୃତ ପ୍ରତ୍ୟାରୋପଣ ସମ୍ଭବ ନୁହେଁ ସେମାନଙ୍କୁ ପ୍ଲାଜ୍‌ମା ଏକ୍ସଚେଞ୍ଜ ମାଧ୍ୟମରେ ସୁସ୍ଥ କରି ରୋଗୀମାନଙ୍କ ମନରେ ଆଶାର ସଂଚାର ସୃଷ୍ଟି କରିପାରିଛନ୍ତି ଡାକ୍ତର ପଣ୍ଡା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking