27.1 C
Bhubaneswar
Wednesday, February 4, 2026
Homeଓଡିଶାଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି କଲେ ବାଚସ୍ପତୀ

ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି କଲେ ବାଚସ୍ପତୀ

ଭୁବନେଶ୍ୱର : ଶୂନ୍ୟକାଳରେ ପୁଣି ଉଠିଲା ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗ । ପ୍ରଶ୍ନକାଳ ପରି ଶୂନ୍ୟକାଳରେ ବି ସମାନ ପ୍ରସଙ୍ଗ ଉଠାଇଲା କଂଗ୍ରେସ । ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ଜୋରଦାର ନାରାବାଜି । ହଟ୍ଟଗୋଳ ଯୋଗୁ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି କରିଛନ୍ତି ବାଚସ୍ପତି । ସୂଚନା ଯୋଗ୍ୟ ଯେ,ବିଧାନସଭାରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହୋଇଥିଲା । ଗୃହ କାର୍ଯ୍ୟ ଆରମ୍ଭରେ ପୂର୍ବତନ ବିଧାୟକ ସୁନ୍ଦର ମୋହନ ମାଝୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ କଂଗ୍ରେସ ବିଧାୟକ ଦଳ ନେତା ଏହାକୁ ସମର୍ଥନ କରିଥିଲେ। ପରେ ପ୍ରଶ୍ନକାଳ ଆରମ୍ଭ ହେବାରୁ ଗୃହର ମଧ୍ୟ ଭାଗକୁ ଆସି ପ୍ରବଳ ହଟ୍ଟଗୋଳ କରିଥିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। କଲେଜରେ ଛାତ୍ର ସଂସଦ ନିର୍ବାଚନ ଦାବି କରି ହଟ୍ଟଗୋଳ କରିଥିଲେ। କାହିଁକି ଚଳିତ ବର୍ଷ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେଉନାହିଁ ବୋଲି ପ୍ରଶ୍ନ କରିଥିଲେ ତାରା ପ୍ରସାଦ। ସେପଟେ ବିଜେଡି ବିଧାୟକ ରାଜ୍ୟପାଳଙ୍କ ପୁଅ ଜଣେ ସରକାରୀ କର୍ମଚାରୀଙ୍କୁ ମାଡ ମାରିବା ପ୍ରସଙ୍ଗ ଉଠାଇ ହଙ୍ଗାମା କରିଥିଲେ।ବିରୋଧୀଙ୍କ ହଟ୍ଟେଗୋଳ ଯୋଗୁଁ ଗୃହକୁ ୧୧. ୪୧ ଯାଏଁ ମୂଲତବୀ ଘୋଷଣା କରିଥିଲେ ବାଚସ୍ପତି । ପୁଣି ୧୧ଟା ୪୧ରୁ ଆରମ୍ଭ ହୋଇଥିଲା ଗୃହ ହେଲେ ପ୍ରଶ୍ନକାଳ ପରି ଶୂନ୍ୟକାଳରେ ବି ସମାନ ପ୍ରସଙ୍ଗ ଉଠାଇଲା କଂଗ୍ରେସ । ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ଜୋରଦାର ନାରାବାଜି ଯୋଗୁଁ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି କରିଛନ୍ତି ବାଚସ୍ପତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking