27.1 C
Bhubaneswar
Wednesday, March 25, 2026
Homeଓଡିଶାବିଦ୍ୟୁତ୍ ଆଘାତରେ ହାତୀ ମୃତ

ବିଦ୍ୟୁତ୍ ଆଘାତରେ ହାତୀ ମୃତ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଡିଭିଜନ ନାକଟିଦେଉଳ ରେଞ୍ଜ ଚରଡ଼ପଶି ଗାଁ ନିକଟସ୍ଥ ଜଙ୍ଗଲରେ ବିଦ୍ୟୁତ୍ ଆଘାତରେ ଏକ ମାଈ ହାତୀର ମୃତ୍ୟୁ ଘଟିଛି। ଜଙ୍ଗଲରେ ଏକ ୧୧ କେଭି ତା’ର ତଳକୁ ଓହଳି ରହିଥିବା ବେଳେ ସେଥିରେ ହାତୀଟିର ଶୁଣ୍ଢ ବାଜି ଯାଇଥିଲା ବୋଲି ଜଣାପଡ଼ିଛି। ଏହି ଖବର ପାଇବା ପରେ ରେଢ଼ାଖୋଲ ଡିଏଫଓ, ଏସିଏଫ, ରେଞ୍ଚର ଓ ଅନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳର ଯାଞ୍ଚ କରିଛନ୍ତି।

ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ରେଢ଼ାଖୋଲ ଡିଏଫ୍‌ଓ ଅରବିନ୍ଦ ମହାନ୍ତି। ଡିଏଫ୍‌ଓ କହିଛନ୍ତି ଯେ ଉକ୍ତ ଅଞ୍ଚଳରେ ଏବେ ବିଦ୍ୟୁତ୍ ତାର ପରିବର୍ତ୍ତନ କାମ ଚାଲିଛି। ତଥାପି ଏମିତି ଏକ ଘଟଣା ଘଟିଗଲା। ଅନ୍ୟପକ୍ଷରେ ଏହି ଘଟଣା ପାଇଁ ଉଭୟ ବନ ଓ ବିଦ୍ୟୁତ୍ ବିଭାଗକୁ ଦାୟୀ କରିଛନ୍ତି ଲୋକେ। ସେମାନଙ୍କ ଅବହେଳା ଓ ସମନ୍ୱୟର ଅଭାବରୁ ହାତୀଟିର ମୃତ୍ୟୁ ଘଟିଥିବା କୁହାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking